*******
ମୁଁ ଜାଣିନି
ତମର କେଉଁ ସ୍ୱପ୍ନ
ରାହା ଧରି ନିଶ୍ୱାସ ଖୋଜୁଛି....
ଇଚ୍ଛା ର ନଗରୀରେ ଦହନ
କେତେ ମୁଁ ଜଳିବି ??
ବରଫରେ ନିଆଁ ଲିଭେଇବା
ମୋତେ କେଉଁ ଜଣାଯେ....
ଅପ୍ରାପ୍ତି ର ଡହଡହ ରଡ଼ ନିଆଁ
ଡହଳ ବିକଳ ଏଠି ମନ
ଚାରିଆଡେ ଦେଖିଲେ
ଶୂନ୍ୟ ଆଉ କେବଳ ଶୂନ୍ୟ.....
ଛାଇକୁ ତୁମ ଅନୁସରି
ସ୍ମୃତି କୁ ଭେଟିଲା ବେଳେ
ପରାଜିତ ସ୍ୱପ୍ନ ମାନେ
ବିନା ଖବରରେ ପହଞ୍ଚିଯାଆନ୍ତି
ଜଞ୍ଜାଳ ହାଟରେ
ମୋଟେ ଭେଟି ନଥିବା ସ୍ବପ୍ନ ମାନେ ବି
ଅଳି କରନ୍ତି ଅନେକ ବାହାନାରେ...
ଚାଲ,ଏଥର ଖୋଜିବା
ହଜିଯାଇଥିବା ସ୍ୱପ୍ନ ର ଠିକଣା,
ଦହନରେ ବିଜୟୀ ହୋଇଥିବା
ସ୍ୱପ୍ନ କୁ ପିନ୍ଧେଇ ଦେବା ମୁକୁଟ
ବୟସର ବଳୟ ଭିତରେ ଛନ୍ଦି ଦେବା
ଶୂନ୍ୟତା ରେ ଘୁରି ବୁଲୁଥିବା
ଭାବର ଆବେଗ କୁ....
ସାହସ ଦେବା
ପରାଜିତ ସ୍ୱପ୍ନ ମାନଙ୍କୁ
ଆଉ ଅଳି କରୁଥିବା ସ୍ୱପ୍ନ ମାନଙ୍କୁ
ଆମ ସୁଖ କୁ ପାଟ କରି
ପିନ୍ଧେଇ ଦେବା ତାଙ୍କ ଆବେଗ କୁ
ନତୁବା ସ୍ୱାଧୀନ କରିଦେବା
ନିଦ୍ରିତ ମୁଦ୍ରାରୁ......।।
ପଲ୍ଲବୀ ଦାସ
ଜୁନାଗଡ଼




0 Comments