ମୁଠାଏ ଶୁଖିଲା ହସ
*********
ମୁଁ ଜାଣେନି,
କଣ ହୁଏ ତାର..
କାହିଁକି ଉଦାସ ଦିଶେ..
ମୁଁ ଏମିତି ବେଳେ ବେଳେ
ନିଜର ଭାବି ପଚାରି ଦିଏ
ହେଲେ ସେ କଣ ?
କିଛି ଉତ୍ତର ଦିଏ କି
ଖାଲି ଯାହା ଫିଙ୍ଗିଦିଏ
ମୁଠାଏ ଶୁଖିଲା ହସ.....
ହଁ, ଫୁଲର ଏଇ,
ଫୁଲେଇ ଗୁଣଟା
ମୋତେ ଜମା ଭଲ ଲାଗେନି
କହିବାକୁ ଗଲେ ଜୀବନରେ
ସୁଖ- ଦୁଃଖ
ବିପଦ- ଆପଦ
ଖରା- ବର୍ଷା
ଏସବୁ କିଏ ନ ସହୁଛି,
ମୁଁ ସହୁନି ନା ଆପଣମାନେ ?
ତା ମାନେ କଣ
ଜୀବନ ଆଗକୁ ବଢୁନି
ନା କେହି ସୁଖ ଦୁଃଖ
ବାଣ୍ଟି ମନ ହାଲ୍କା କରୁନି,
ଗଣ୍ଠି କରି କଥା ଧରି ବସିଲେ
କଣ ଜୀବନ ଚାଲେ
ସବୁ ସମ୍ପର୍କକୁ ସଜାଡି଼
ଧରିବାକୁ ହୁଏ ହାତ ମୁଠାରେ।
ଏଇ ସରଳ କଥା ପଦେ
ସେ ଯେ କାହିଁକି ବୁଝିପାରେନା
ମୁଁ ଆଜି ବି ଜାଣି ପାରେନି ...!!
ଦେବବ୍ରତ ବାରିକ
ସମ୍ପାଦକ: ପ୍ରୀତି ପ୍ରଣତି
ଆନନ୍ଦପୁର, କେନ୍ଦୁଝର
*********
ମୁଁ ଜାଣେନି,
କଣ ହୁଏ ତାର..
କାହିଁକି ଉଦାସ ଦିଶେ..
ମୁଁ ଏମିତି ବେଳେ ବେଳେ
ନିଜର ଭାବି ପଚାରି ଦିଏ
ହେଲେ ସେ କଣ ?
କିଛି ଉତ୍ତର ଦିଏ କି
ଖାଲି ଯାହା ଫିଙ୍ଗିଦିଏ
ମୁଠାଏ ଶୁଖିଲା ହସ.....
ହଁ, ଫୁଲର ଏଇ,
ଫୁଲେଇ ଗୁଣଟା
ମୋତେ ଜମା ଭଲ ଲାଗେନି
କହିବାକୁ ଗଲେ ଜୀବନରେ
ସୁଖ- ଦୁଃଖ
ବିପଦ- ଆପଦ
ଖରା- ବର୍ଷା
ଏସବୁ କିଏ ନ ସହୁଛି,
ମୁଁ ସହୁନି ନା ଆପଣମାନେ ?
ତା ମାନେ କଣ
ଜୀବନ ଆଗକୁ ବଢୁନି
ନା କେହି ସୁଖ ଦୁଃଖ
ବାଣ୍ଟି ମନ ହାଲ୍କା କରୁନି,
ଗଣ୍ଠି କରି କଥା ଧରି ବସିଲେ
କଣ ଜୀବନ ଚାଲେ
ସବୁ ସମ୍ପର୍କକୁ ସଜାଡି଼
ଧରିବାକୁ ହୁଏ ହାତ ମୁଠାରେ।
ଏଇ ସରଳ କଥା ପଦେ
ସେ ଯେ କାହିଁକି ବୁଝିପାରେନା
ମୁଁ ଆଜି ବି ଜାଣି ପାରେନି ...!!
ଦେବବ୍ରତ ବାରିକ
ସମ୍ପାଦକ: ପ୍ରୀତି ପ୍ରଣତି
ଆନନ୍ଦପୁର, କେନ୍ଦୁଝର




0 Comments