ଗୃହବନ୍ଦୀରେ ମୁଁ- ତାପସ କୁମାର ସାହୁ


ଗୃହବନ୍ଦୀରେ ମୁଁ

*********

ଧିକ ତୁମ ସ୍ଵାଧିନତାକୁ

ନେଇଯାଇ ତାକୁ

ଫିଙ୍ଗି ଦିଅ ମୁନସିପାଲଟିର ଆଲିଆଗଦାରେ

ବେଖାତିର କର ସେଇମାନଙ୍କୁ

ଯେଉଁମାନେ ଅକାଳରେ ଲୁଟିଛନ୍ତି ତୁମ ଇଜ୍ଜତ

ଦୁଃଖର ଯାଦୁଘରେ ସୁଖର ମନ୍ତ୍ର ବାଣ୍ଟୁଥିବା ମହାପୁରୁଷଙ୍କୁ

ଚେତାଇଦିଆ ରୁଟି ଦୁଇଫେଡାର ମୂଲ୍ୟ

ଭୁଲରୁ ଭଲକୁ ବଖାଣିବସୁଥିବା ସଚ୍ଚୋଟକୁ

ବୁଝାଇଦିଆ ଭଲପାଇବାର ମାନେ

ଦେଇଦିଆ ତୁମର ସବୁକିଛି

ଆଉ ହେଇଯାଅ ସବୁଦିନ ପାଇଁ ତାଙ୍କର

ସାକ୍ଷୀଥାଉ ଲାଠି .........

ଅସହ୍ୟୟତାର ଛାତିଚିରି ଲେଖାହେଉ କାରାକବିତା

ଯେହେତୁ ମୁଁ ବନ୍ଦୀ

ଘୃହବନ୍ଦୀ 


ତାପସ କୁମାର ସାହୁ 

M.P.C.(Auto)college, baripada 


Post a Comment

0 Comments