********
ମୁଁ ପରା ତୁମ ସେଇ ହୃଦୟର
ନିକଟବର୍ତ୍ତୀ ଗ୍ରହଟିଏ
ଯାହାକୁ କେବେ ଗ୍ରହଣ ଲାଗେନି
କିନ୍ତୁ ଲାଗେ କଳଙ୍କର ଦାଗ...
ତୁମ ପ୍ରେମର ସେଇ
ଟିକିଏ ଭାଗ...!!
ତୁମ ସେଇ ଦେଇଥିବା ଦାଗ ତ
ମୋ ପାଇଁ ଜୀଇବାର ସାହାରା,
ମୁଁ ରଙ୍ଗ ହୀନ ! "ରଙ୍ଗ ପସରା
ସପ୍ତ ରଙ୍ଗି ଇନ୍ଦ୍ରଧନୁ" ପରି
କ୍ଷଣସ୍ଥାୟୀ...
ମୁଁ ବଞ୍ଚେ ସେଇ
ଦାଗ ଟିକେ ପାଇଁ...!!
ମୋ ପରିଧି ତୁମ ଚାରିପାଖେ
ଚାଲିଯିବି କେତେ ଦୂର ?
ଏଠି ସେଠି ସବୁଠି ଅନ୍ଧାର
ବାନ୍ଧି ରଖେ ତୁମ ସେଇ
"ଅଲିଭା ଦାଗ"
ମୋ ଆତ୍ମା ଶରୀରକୁ...
ଶେଷେ ଫେରି ଆସେ
ତୁମରି ପାଖକୁ...!!
ଅଜିତ କୁମାର ଭୋଇ (ଶିକ୍ଷକ)
କୁଳିଆପଡା (ମହାଲିଙ୍ଗ (କଳାହାଣ୍ଡି )




0 Comments