ଘଟଗାଁ ରାଣୀ ମାଆ ତାରିଣୀ
************
ଘଟଗାଁ ରାଣୀ ମାଆ ତାରିଣୀ
ଦୁଃଖ ହାରିଣି ମାଆ
ଡାକୁଛି ପଡ଼ି ଘୋର ବିପଦେ
ସଙ୍କଟେ ହୁଅ ସାହା ।
ତୋତେ ମନାସୀ ଯୁଆଡ଼େ ଗଲେ
ବିପଦ ଆସେ ନାହିଁ
ସକଳ ବାଧା ଦୂରେଇ ଦେଉ
ଅନ୍ତରେ କୃପା ବହି ।
ସାରା ଜଗତ ହୋଇ ଆରତ
ତୋହରି ଦୟା ପାଇଁ
ଚାହିଁ ରହିଛି ବିକଳ ହୋଇ
ତୋପାଦେ ମଥା ନଇଁ ।
ମାନସିକ ମୁଁ କରୁଛି ଆଜି
ନଡ଼ିଆ ଦେବି ଯାଚି
ଧରଣୀ କୋଳୁ ବିପଦ ରାଶି
ଅଚିରେ ଯାଉ ଘୁଞ୍ଚି ।।
ଅଜୟ କୁମାର ମହାନ୍ତି
ହରିପୁର, କବିରପୁର, ଯାଜପୁର
************
ଘଟଗାଁ ରାଣୀ ମାଆ ତାରିଣୀ
ଦୁଃଖ ହାରିଣି ମାଆ
ଡାକୁଛି ପଡ଼ି ଘୋର ବିପଦେ
ସଙ୍କଟେ ହୁଅ ସାହା ।
ତୋତେ ମନାସୀ ଯୁଆଡ଼େ ଗଲେ
ବିପଦ ଆସେ ନାହିଁ
ସକଳ ବାଧା ଦୂରେଇ ଦେଉ
ଅନ୍ତରେ କୃପା ବହି ।
ସାରା ଜଗତ ହୋଇ ଆରତ
ତୋହରି ଦୟା ପାଇଁ
ଚାହିଁ ରହିଛି ବିକଳ ହୋଇ
ତୋପାଦେ ମଥା ନଇଁ ।
ମାନସିକ ମୁଁ କରୁଛି ଆଜି
ନଡ଼ିଆ ଦେବି ଯାଚି
ଧରଣୀ କୋଳୁ ବିପଦ ରାଶି
ଅଚିରେ ଯାଉ ଘୁଞ୍ଚି ।।
ଅଜୟ କୁମାର ମହାନ୍ତି
ହରିପୁର, କବିରପୁର, ଯାଜପୁର




0 Comments