ଯୋଗମାୟା ମହାକାଳୀ- ସୁଶାନ୍ତ ପ୍ରଧାନ

ଯୋଗମାୟା ମହାକାଳୀ
**********

ଯୋଗମାୟା କାତ୍ୟାୟନୀ ଶିବାନୀ ଭବାନୀ
ଅଭୟ ଦାୟିନୀ ମାଗୋ ବିଘ୍ନ ବିନାଶିନୀ
ନରମୁଣ୍ଡ ମାଳିନୀ ମାଆ ମୁକୁଳା କେଶିନୀ
ଜ୍ୱ।ଳାମୁଖୀ ଧୂମାବତୀ ମୃତ୍ୟୁ ସଂଜିବନୀ ।।

ଶକଂର ଅଂକଶାୟିନୀ ଶକ୍ତି ପ୍ରଦାୟିନୀ
ଅମୃତମୟୀ ଜନନୀ ତମସା ନାଶିନୀ
ଦଶଦିଗେ ପାଉ ପୂଜା ସିନ୍ଦୁରା ମଣ୍ଡିନୀ
କୋଟି ଜନ ମନୋହାରୀ ଖର୍ପରଧାରିଣୀ  ।।

ଆଦ୍ୟାଶକ୍ତି ମହାମାୟୀ ପରମବୈଷ୍ଣବୀ
ମହାକାଳୀ ଶ୍ୟାମାକାଳୀ ମହା ଭଇରବୀ
ବିପଦେ ଆପଦେ ମାଗୋ ସାହା ହେଉ ତୁହି
ଆଶାର କିରଣ ବାରି ଦିଅ ହୃଦେ ବହି ।।

ଭକ୍ତିରସେ ମଥାନତ ତବଶ୍ରୀ ପୟରେ
ଶୁଭଦୃଷ୍ଟି ବଳେ ସୃଷ୍ଟି ରହୁ ଏ ମହୀରେ
ଶାନ୍ତି ମୈତ୍ରୀ ପ୍ରେମେ ସିକ୍ତ ହେଉ ଏ ଜଗତ
ଜଟିଳ ଗନ୍ତବ୍ୟ ପଥ ହେଉ କୁସୁମିତ  ।।

ସାନ୍ନିଧ୍ୟେ କଳୁଷ ପାପ ତାପ ହେଉ କ୍ଷୟ
ସ୍ନିଗ୍ଧପରଶେ ଅବନୀ କର ପୂଣ୍ୟମୟ
ଶୁଦ୍ଧ ଚିତ୍ତେ ପ୍ରେମ ଦୀପ ହୃଦେ ଦିଅ ଜାଳି
ସଭିକଂ ପାଇଁ ସୁନ୍ଦର ହେଉ ଦୀପାବଳୀ ।।

ସୁଶାନ୍ତ ପ୍ରଧାନ 
ବନ୍ଧହୁଡା, ନରସିଂହପୁର, କଟକ

Post a Comment

0 Comments