କଲମ- ଅର୍ଚ୍ଚନା ଦେଓ

କଲମ
*******

କଲମ କଥା କୁହେ
ହଁ ସେ କଥା କୁହେ
ଆମେ ଯାହା ମନ
ଖୋଲି କହିପାରୁନା
ତାକୁ ସେ ଲେଖିଦିଏ କାଗଜରେ
ସେ କେତେବେଳେ
ପ୍ରେମ ଭରା ଚିଠି ଲେଖିଦିଏ
ପ୍ରିୟତମ ଓ ପ୍ରିୟତମା ପାଇଁ
ତ ପୁଣି କେତେବେଳେ ସାଜେ
ବିଦ୍ରୋହର ଅଗ୍ନିଶିଖାଟିଏ
ଜୀବନର ପ୍ରତିଟି ପୃଷ୍ଠାକୁ ଲେଖି
ଚାଲେ ଏକ ଜାଗ୍ରତ ପ୍ରହରୀ ଭଳି
ଲେଖି ଚାଲେ ନିରନ୍ତର
  ବୋହି ଚାଲେ
ଯେପରି ଅତଳ ସମୁଦ୍ର ପରି
ପୁଣି ସାଇତି ରଖିଛି ସେ
କେତେ ବୀରଙ୍କ ସ୍ମୃତି
ଆଗାମୀ ବଂଶଧରଙ୍କ ପାଇଁ ।।
       
ଅର୍ଚ୍ଚନା ଦେଓ
ଯାଜପୁର

Post a Comment

0 Comments