ଅନ୍ତର ର କଥା- ପୁଷ୍ପାଞ୍ଜଳି ପଣ୍ଡା

ଅନ୍ତର ର କଥା
*********

କହିବା ର ଥିଲା ଅନେକ କଥା ମୁଁ
ଯାହା କହି ପାରିନାହିଁ
ଶେଷ ସମୟରେ ଭାବେ ମୁଁ ମନରେ
କହିବି ବା କାହିଁ ପାଇଁ ।
ଅସଜଡା ଥିଲା ଜୀବନ ମୋହର
ତୁମେତ ଦେଲ ସଜାଡି
ଧୂ ଧୂ ମରୁଭୂମି ରେ ପ୍ରେମର
ବରଷା ଦେଲ ଅଜାଡି ।
ଗୋପନ ସପନ ଦେଖୁଥିଲି ନିତି
ତୁମକୁ ପାଇବା ପାଇଁ
ପାଇବା ପରେ ମୋ ସପନ କୁ ସତେ
ରାତି ତ ଅଣ୍ଟିଲା ନାହିଁ ।
ସ୍ୱପ୍ନ ଭାଙ୍ଗିଗଲା ସମୟ ସରିଲା
ପ୍ରିୟତମ, ଦୁଃଖ ନାହିଁ
ଶେଷ ନିଶ୍ୱାସ ମୋ ତୁମକୋଳେ ଯାଉ
ଆନରେ କାମନା ନାହିଁ ।
ମନ୍ଦିର ଯାଇନି ପୂଜା ତ କରିନି
କେଉଁ ଦେବତା ଙ୍କୁ କେବେ
ଭଗବାନ ମୋର ପୂଜିଛି ତୁମକୁ
ଶେଷେ ଏହି ଅଳି ମାଗେ ।
ମଲାପରେ ମୁହିଁ ଦୁଃଖ କରିବନି
କାନ୍ଦି ବନି ଲୁଚି ଲୁଚି
ସଂସାର ଭିତରେ ସମୟର ପାଦ
ପଦ୍ମ ଯାଏ ଘୁଞ୍ଚି ଘୁଞ୍ଚି ।।


ପୁଷ୍ପାଞ୍ଜଳି ପଣ୍ଡା 
ଆସିଷ୍ଟାଣ୍ଟ ଷ୍ଟାଟିଷ୍ଟିକାଲ ଅଫିସର, ଯାଜପୁର

Post a Comment

0 Comments