ଫେରିଯା କରୋନା
********
ଫେରିଯା କରୋନା ଫେରିଯା ମୋ ଦେଶୁ
ପୁଣି ହସିବ ମୋ ଭାରତ ଦେଶ,
ପୁଣି ଗାଇବୁ ରେ ଆନନ୍ଦ ସଂଗୀତ
ଆମ ଓଠେ ଥିବ ମୁରୁକି ହସ ।
ସ୍କୁଲ୍ , କଲେଜ ମୋ ଖୋଲି ଯିବ ପୁଣି
ଆରମ୍ଭ ହେବରେ ମୋ ପାଠ ପଢା,
ମନ ଦେଇ ପୁଣି ପାଠ ପଢିବି ମୁଁ
ଭବିଷ୍ୟତ ମୋର ହେବରେ ଗଢା ।
ଲୋକ ମାନେ ପୁଣି କାମ କରିବେରେ
ପରିବାର ତାଙ୍କ ପୋଷିବା ପାଇଁ,
ସରକାର ମୋର ହେବେନି ଚିନ୍ତିତ
ଯାଆଲୋ ମୋ ଦେଶୁ ଯାଆଲୋ ଧାଇଁ ।
ଆମେ ସବୁ ଏଠି ସଚେତନ ଅଛୁ
ସୁଦୃଢ ଅଛିଲୋ ମୋ ସରକାର,
ବିପଦେ ଆପଦେ ସାହା ହେବା ପାଇଁ
ଅଛନ୍ତି ଏଠିଲୋ ପରମେଶ୍ଵର ।।
ଅଲିଶା ବି ମହାରଣା
ସିମୁଳିଆ, ମାର୍କୋଣା, ବାଲେଶ୍ଵର(ଛାତ୍ରୀ )
********
ଫେରିଯା କରୋନା ଫେରିଯା ମୋ ଦେଶୁ
ପୁଣି ହସିବ ମୋ ଭାରତ ଦେଶ,
ପୁଣି ଗାଇବୁ ରେ ଆନନ୍ଦ ସଂଗୀତ
ଆମ ଓଠେ ଥିବ ମୁରୁକି ହସ ।
ସ୍କୁଲ୍ , କଲେଜ ମୋ ଖୋଲି ଯିବ ପୁଣି
ଆରମ୍ଭ ହେବରେ ମୋ ପାଠ ପଢା,
ମନ ଦେଇ ପୁଣି ପାଠ ପଢିବି ମୁଁ
ଭବିଷ୍ୟତ ମୋର ହେବରେ ଗଢା ।
ଲୋକ ମାନେ ପୁଣି କାମ କରିବେରେ
ପରିବାର ତାଙ୍କ ପୋଷିବା ପାଇଁ,
ସରକାର ମୋର ହେବେନି ଚିନ୍ତିତ
ଯାଆଲୋ ମୋ ଦେଶୁ ଯାଆଲୋ ଧାଇଁ ।
ଆମେ ସବୁ ଏଠି ସଚେତନ ଅଛୁ
ସୁଦୃଢ ଅଛିଲୋ ମୋ ସରକାର,
ବିପଦେ ଆପଦେ ସାହା ହେବା ପାଇଁ
ଅଛନ୍ତି ଏଠିଲୋ ପରମେଶ୍ଵର ।।
ଅଲିଶା ବି ମହାରଣା
ସିମୁଳିଆ, ମାର୍କୋଣା, ବାଲେଶ୍ଵର(ଛାତ୍ରୀ )




0 Comments