ନୀଳଜହ୍ନ
******
ସ୍ମୃତି ସବୁ ପ୍ରଜାପତି ପରି ଉଡିବୁଲିଲେ
ମନବଗିଚାରେ
ଅତୀତର ମଉଳା ଫୁଲସବୁ ସତେଜ ଦିଶିଲେ
ତାଙ୍କରି ଛୁଆଁରେ।
ହୃଦୟର ଆଇନାରେ ତୁମ ମୁହଁ ଦିଶୁଥିଲା
ଝଲମଲ ହୋଇ,
ପାଷାଣ ଦେହରୁ ଅବା ମୋହିନୀଟେ
ଉଠୁଥିଲା ଚେଇଁ।
ଆଖି ମୋର ହୋଇଗଲା ମୁଦି
ଶରୀରେ ଖେଳିଲା ଶିହରଣ
ଦେଖୁଥିଲି ତୁମ ରୂପକାନ୍ତି
ଖୋଲିଗଲା କି ମୋ ତୃତୀୟ ନୟନ।
ପବନରେ ଉଡୁଥିଲା ଫରଫର
ହୋଇ ତୁମ କେଶ
ତୁମକୁ ଦେଖି ଫିକା ପଡିଗଲା
ମୋନାଲିସାର ହସ।
ମାୟାଧର,ସଚ୍ଚି ରାଉତରା ଆଉ ବିଭୁଦତ୍ତ
ହସୁଥିଲେ ମୁରୁକି ମୁରୁକି
କହୁଥିଲେ ଅବା ସୂର୍ଯ୍ୟ ବିନା ପଦ୍ମ କଣ
ବଞ୍ଚିପାରିବ ଏକାକୀ ?
ଢୋକିନା ଶବଦଟେ ହେଲା
ନିଦ ମୋର ଭାଙ୍ଗିଗଲା
ବିଜୁଳିକି ଧରି ବର୍ଷାରାଣୀ ଆସୁଥିଲା।
ପ୍ରଣୟର ରସେ ସିକ୍ତ ହୋଇ
ହସୁଥିଲେ ବସୁମାତା,
ଆକାଶର ଅଧରରୁ ଝରୁଥିଲା
କି ମୁକୁତା।
ଚାରିଆଡ ଫର୍ଚା ହୋଇଗଲା
ଦିଗ୍ ବଳୟେ ଦିଶୁଥିଲା ଧନୁ ସାତରଙ୍ଗୀ
ଭାରି ଭଲଲାଗୁଥିଲା ଦେଖିବାକୁ
ଝରକା ସେପାଖେ ତୁମ ଖତେଇ ହେବାର ଭଙ୍ଗୀ ।
ଗାଇମାନେ ହମ୍ବାରଡି ଦେଇ ଘରକୁ ଫେରୁଥିଲେ
ମନ୍ଦିରରୁ ଶୁଭୁଥିଲା ଘଣ୍ଟ ଘଣ୍ଟା,ହେଉଥିଲା ଆଳତୀ,
ତୁଳସୀ ଚଉରାମୂଳେ ତୁମେ ବସି ଜାଳୁଥିଲ ସଞ୍ଜବତୀ।
ଅନ୍ଧାରଟା ମାଡି ମାଡି ଆସୁଥିଲା
ଗଙ୍ଗଶିଉଳି ସବୁ ଦେଖୁଥିଲେ ସପନ
ଛାତ ଉପରେ ବସି ତୁମେ ଭାବୁଥିଲ କାହା କଥା
ଅମାବାସ୍ୟା ଆକାଶରେ ଉଇଁଥିଲା ବୋଧେ ନୀଳଜହ୍ନ।।
ଅମୀୟ କୁମାର ସାହୁ
ଜଟଣୀ, ଖୋର୍ଦ୍ଧା
******
ସ୍ମୃତି ସବୁ ପ୍ରଜାପତି ପରି ଉଡିବୁଲିଲେ
ମନବଗିଚାରେ
ଅତୀତର ମଉଳା ଫୁଲସବୁ ସତେଜ ଦିଶିଲେ
ତାଙ୍କରି ଛୁଆଁରେ।
ହୃଦୟର ଆଇନାରେ ତୁମ ମୁହଁ ଦିଶୁଥିଲା
ଝଲମଲ ହୋଇ,
ପାଷାଣ ଦେହରୁ ଅବା ମୋହିନୀଟେ
ଉଠୁଥିଲା ଚେଇଁ।
ଆଖି ମୋର ହୋଇଗଲା ମୁଦି
ଶରୀରେ ଖେଳିଲା ଶିହରଣ
ଦେଖୁଥିଲି ତୁମ ରୂପକାନ୍ତି
ଖୋଲିଗଲା କି ମୋ ତୃତୀୟ ନୟନ।
ପବନରେ ଉଡୁଥିଲା ଫରଫର
ହୋଇ ତୁମ କେଶ
ତୁମକୁ ଦେଖି ଫିକା ପଡିଗଲା
ମୋନାଲିସାର ହସ।
ମାୟାଧର,ସଚ୍ଚି ରାଉତରା ଆଉ ବିଭୁଦତ୍ତ
ହସୁଥିଲେ ମୁରୁକି ମୁରୁକି
କହୁଥିଲେ ଅବା ସୂର୍ଯ୍ୟ ବିନା ପଦ୍ମ କଣ
ବଞ୍ଚିପାରିବ ଏକାକୀ ?
ଢୋକିନା ଶବଦଟେ ହେଲା
ନିଦ ମୋର ଭାଙ୍ଗିଗଲା
ବିଜୁଳିକି ଧରି ବର୍ଷାରାଣୀ ଆସୁଥିଲା।
ପ୍ରଣୟର ରସେ ସିକ୍ତ ହୋଇ
ହସୁଥିଲେ ବସୁମାତା,
ଆକାଶର ଅଧରରୁ ଝରୁଥିଲା
କି ମୁକୁତା।
ଚାରିଆଡ ଫର୍ଚା ହୋଇଗଲା
ଦିଗ୍ ବଳୟେ ଦିଶୁଥିଲା ଧନୁ ସାତରଙ୍ଗୀ
ଭାରି ଭଲଲାଗୁଥିଲା ଦେଖିବାକୁ
ଝରକା ସେପାଖେ ତୁମ ଖତେଇ ହେବାର ଭଙ୍ଗୀ ।
ଗାଇମାନେ ହମ୍ବାରଡି ଦେଇ ଘରକୁ ଫେରୁଥିଲେ
ମନ୍ଦିରରୁ ଶୁଭୁଥିଲା ଘଣ୍ଟ ଘଣ୍ଟା,ହେଉଥିଲା ଆଳତୀ,
ତୁଳସୀ ଚଉରାମୂଳେ ତୁମେ ବସି ଜାଳୁଥିଲ ସଞ୍ଜବତୀ।
ଅନ୍ଧାରଟା ମାଡି ମାଡି ଆସୁଥିଲା
ଗଙ୍ଗଶିଉଳି ସବୁ ଦେଖୁଥିଲେ ସପନ
ଛାତ ଉପରେ ବସି ତୁମେ ଭାବୁଥିଲ କାହା କଥା
ଅମାବାସ୍ୟା ଆକାଶରେ ଉଇଁଥିଲା ବୋଧେ ନୀଳଜହ୍ନ।।
ଅମୀୟ କୁମାର ସାହୁ
ଜଟଣୀ, ଖୋର୍ଦ୍ଧା




0 Comments