ଚାଷୀର ଦୁଃଖ- ସବ୍ୟସାଚୀ ସାହୁ

ଚାଷୀର ଦୁଃଖ
********

ମୁଁ  ଚାଷୀ
ନ ଜାଣେ କିଛି ଛନ୍ଦକପଟ ମାୟାମିଥ୍ୟା କଥା
ଆଉ ନଜାଣେ ହସଖୁସିର ପେସା
ଜାଣିଛି କେବଳ ଚଷିବା,ବୁଣିବା,କାଟିବା
ଆଉ ଦୁନିଆକୁ ଖାଦ୍ୟ ଯୋଗାଇବା ।୧।

ବର୍ଷାରାଣୀ ତୁମେ ମୋର ସବୁକିଛି ନେଇଛ ଛଡ଼ାଇ
ମିଥ୍ୟା ଆଶ୍ୱାସନାର କର ଦେଇଛ ବଢ଼ାଇ
ହସଖୁସି ଆଉ ଜୀବନ ଜୀଈବାର ଢ଼ଙ୍ଗକୁ
ଯନ୍ତ୍ରଣା, ଛଳନ, ମିଥ୍ଯାର ଷଢେଇ ଖେଳେ
ପାନ୍ଚାଳୀ ସମ ବାଜି ରଖିଛ ସବୁବେଳେ ।୨।

କେତେ ଖେଳାଇବ ମିଥ୍ୟାର ଏ ଖେଳ
ବନ୍ୟା,ମରୁଡି,ବାତ୍ୟା ପରି କାରଣ ଗୁଡ଼ିକୁ ନେଇ
କେତେବେଳେ ଧୋଇ ତ କେତେବେଳେ   ମରୁଡି
ଧୋଇରେ ଧୋଇ ନେଉଛି ତ ମରୁଡ଼ିରେ ଖାଉଛି ଊଇ
ସବୁକିଛି ତ ନେଲୁଲୋ ଛଡ଼ାଇ ।୩।

ମୁଁ ତ ହତଭାଗା କେଉଁଠି ନାହିଁ ପଇସା ଅନ୍ନ
ସବୁକିଛି ଶୂନ୍ୟ ପଡ଼ିଛି
ମୁଣ୍ଡ ଗୁଞିବାକୁ ବାଟ ଚାଲିବାକୁ ବାଟ ଚୁଟିଛି
କେମିତି ସୁଝିବି ଋଣ ସାହୁକାରର ଅପମାନ କଟୁବଚନ
ମୋ ଭୋକତୃଷ୍ଣା ଆଉ ଦେଖିଥିବା ସବୁସପନ। ୪।

ମୁଣ୍ଡଝାଳ ତୁଣ୍ଡେରେ ମାରିଛି
ସୁଝିବାପାଇ ଋଣ
ମୋ ହସଖୁସି ସବୁକିଛି କରିଛି ଗୁଣ୍ଡ
ତଥାପି ନପାରି ସୁଝି ଋଣ
ଉପାୟହୀନ ହୋଇ ବିଷ କି ଫିନାଇଲ,କନିଅରଫଳ,ଦୁଦୂରା ମୂଳକୁ ଯାଉଛି ଖାଇ ।୫।

ପ୍ରାଣଟି ଯାଉଛି ସତ ଆତ୍ମା ଘୂରୁଥାଏ ଏପଟ ସେପଟ
ମୋ ଲକ୍ଷ୍ମୀପ୍ରତିମା ଆଉ ପୁଅଝିଅ କେମିତି ଅଛନ୍ତି ସତେ ଦେଖିବାପାଇଁ ମନ ହେଉଥାଏ ଛଟପଟ ।୬।

ବିଶ୍ୱାସର କି ଫଳ ଦେଲୁ
ମୃଣ୍ମୟକୁ ଆକରେଇ ଚାଲିଗଲୁ
ଆଶା ଦେଇମାଟିମାକୁ ନିରାଶ କଲୁ
ଉଈ ହୁଙ୍କାର ମନ୍ଦିର ତୋଳିଲୁ
କୋଟି କୋଟି ମଣିଷକୁ ମନ୍ଦିର ତଲେ ଚାପି
ଅଣନିଶ୍ୱସୀ କଲୁ ।୭।
 

ସବ୍ୟସାଚୀ ସାହୁ 
ଭୂଷଲାଡ଼ ବଲାଙ୍ଗୀର

Post a Comment

0 Comments