ଭାଗ୍ୟ ର ପ୍ରତାରଣା
********
ସ୍ଵାଗତ ମଜ୍ଜା ମଜ୍ଜା ରେ କହି ଦିଅନ୍ତି ....
ଦୁଇଶହ ଟା ଟଙ୍କା ଫିଙ୍ଗିଲେ କେହି ହେଲେ ଆସିକି ଏତିକି କାମ ଖୁସି ରେ କରିକି ଯିବ ।
ଏମିତି କଥା ଛଳରେ ହଉ ଅଥବା ମଜ୍ଜା ରେ ସ୍ଵାଗତ
ଶାଶୂ ସେ ଘର ର ସର୍ବୋଚ୍ଚ କୂଟ ଶାସନକର୍ତ୍ତା।ସେ ଯଦି କହିଦିଅନ୍ତି ସୂର୍ଯ୍ୟ ଦକ୍ଷିଣ ଦିଗରେ ଉଦୟ ହୁଅନ୍ତି ସମସ୍ତେ ମାନିବାକୁ ବାଧ୍ୟ।ଇଏ ତୋ ଛାଡ ସାଧାରଣ କଥା।
କଲ୍ୟାଣୀ ହୋତା
ପାରାବେଢା, ଶ୍ରୀରାମ ନଗର, ଜୟପୁର, କୋରାପୁଟ
********
ସ୍ଵାଗତ ମଜ୍ଜା ମଜ୍ଜା ରେ କହି ଦିଅନ୍ତି ....
ତୁମେ ନା ମାନସୀ ଗୋଟେ ରାଜା ଘରେ ବାହା ହେବାର ଥିଲା କାହିଁକି ନା ତୁମେ ଜଣେ ସୁକୁମାରୀ,ସତରେ କେତେ ସୁକୁମାରୀ ତମେ ଏ ଯାଏଁ ହାତରେ ଭାତ ଖାଇବା ଆସୁନି,ଆଉ ସବୁ କାମ ଠାକୁରେ ଜାଣନ୍ତି କେମିତି କରୁଛ ?
ମାନସୀ ବୁଝିପାରନ୍ତି ନି କଥା ର ମର୍ମ କିଛି ।ଏ ସବୁ ତାଙ୍କ ନିପ୍ପାପ
ମନରାଇଜ ରେ ଆନ୍ଦୋଳିତ ହେବା ବହୁତ ଦୂର ର କଥା ଅବଶ୍ୟ ପରେ ପରେ ତାଙ୍କ ନିର୍ମାୟା ନିଷ୍କପଟ ଦୁନିଆ ରୁ ତାଙ୍କୁ ବିଦାୟ ନେବାକୁ ପଡ଼ିଥିଲା। ପରିବେଶ ମଣିଷ ର ମନ ଉପରେ ଗଭୀର ଛାପ ପକାଇ ଥାଏ ଆଉ ସେ ନିଜ ଅଜାଣତେ ଅଭ୍ୟସ୍ତ ରେ ପଡିଯାଆନ୍ତି ସେ ପରିବେଶ ର ଦାସୀ ହେବାପାଇଁ।
ସେ ବି ପ୍ରେମ ପୂର୍ବକ ଚାହାଣୀ ରେ କହି ଦିଅନ୍ତି ସ୍ଵାଗତ ଙ୍କୁ ମୁଁ ରାଜକୁମାରୀ ହେଉ କି ଦାସୀ ମୁଁ ତ ସମସ୍ତଙ୍କ ସବୁ କାମ କୁ ସୁଚାରୁ ରୂପେ ତୁଲାଉଛି,ପ୍ରାଣପଣେ ଅନବରତ ଚେଷ୍ଟା କରି ମୋତେ ଆଜି ସବୁ କାମ ଆସିଯାଇଛି ଖାଲି ନିଜ କାମ ରେ ଟିକେ ଅବହେଳା, ହାତରେ ଭାତ ଖାଇବା ଆସୁନି।ଛାଡ ମ ମୋ କଥା ରେ କଣ ଅଛି ମୋ ଦ୍ଵାରା ଅନ୍ୟ କାହାର ଅସୁବିଧା ନ ହେଉ।ଏହା ହେଉଛି ମୋ ଲାଳନପାଳନ ର ମୂଳମନ୍ତ୍ର।
ଆଚ୍ଛା କହିଲ ତୁମେ ଏତେ ସମୟ ଗାଧୋଉଛ କଣ ?ଗାଧୋଇବା ବି ଆସୁନି ନା କ'ଣ ? ମୁଁ ଭାବୁଥିଲି ଗାଧୋଇବା ପାଇଁ ଗୋଟେ ଚାକରାଣୀ ରଖି ଦେବା । ହସି ହସି କହିଦେଲେ ସ୍ବାଗତ
ନା ନା ଆଜି କାଲି ତୁ ମୁଁ ତରବର ରେ ସାଙ୍ଗେ ସାଙ୍ଗେ ଦେହ ରେ ପାଣି ଢ଼ାଳି ଚାଲି ଆସେ ,ହଁ ଦିନେ ଅଧ୍ୟେ କେବେ ଲେଟ୍ ହେଇଯାଇଥିବ। ମାଁ ଘର ଅଭ୍ୟାସ ଟିକେ ରହିଯାଇଥିଲା କିନ୍ତୁ ଏବେ ଜମା ନୁହେଁ।
ସ୍ବାଗତ ବାହାର କାମ ରେ ଏତେ ବ୍ୟସ୍ତ ଯେ ଆଜି ପର୍ଯ୍ୟନ୍ତ ମାନସୀ କଣ କଣ କାମ କରନ୍ତି ଦିନେ ବି ଦେଖି ନାହାନ୍ତି ।ସେକଥା ଦୂରେ ଥାଉ ମାନସୀ ସହ ମନ ଖୋଲି କଥା ହେବା ପାଇଁ ବି ତାଙ୍କ ପାଖେ ସମୟ ନାହିଁ। ଦିନ ରେ ଯେତେବେଳେ ଘରେ ରୁହନ୍ତି ମାଁ,ବାପା,ଭାଇ ଭଉଣୀ ଙ୍କୁ ସମୟ ଦିଅନ୍ତି।ରାତି ଏଗାର ଟା ବାଜିଲେ ମାନସୀ ସହ ବେଡ୍ ରୁମ୍ ରେ ମାନସୀ ଙ୍କ ମୁହଁ କୁ ଚାହିଁବା ପାଇଁ ଫୁର୍ସତ୍ ମିଳେ କିନ୍ତୁ ଦୁର୍ଭାଗ୍ୟର କଥା ମାନସୀ ର ଦେହ ଓ ମନ ପୁରା ନିସ୍ତେଜ ହୋଇ ଯାଇଥାଏ। ସକାଳୁ ଉଠୁ ଉଠୁ କେତେ ରଙ୍ଗୀନ ସ୍ବପ୍ନ ଦେଖି ଭାବି ଥାନ୍ତି ମାନସୀ ଆଜି ରାତିରେ ଯେମିତି ହେଲେ ଏ କଥା ଗୁଡାକ କହିବି ତାଙ୍କୁ ବୋଲି।ଆରେ ଆଜି ପର୍ଯ୍ୟନ୍ତ ମନ ର କଥା ଯିଏ ଖୋଲି ପାରି ନ ଥିଲେ ସେ କେମିତି ଏତେ ବଡ଼ ପରିବାର ର କିଏ କଣ କହିଲେ ବା କଲେ ଏସବୁ କେତେବେଳେ କହିବେ। ପୁଣି ବେଳେବେଳେ ମାନସୀ ଭାବନ୍ତି ମୁଁ କେତେ କଷ୍ଟ ରେ କେତେ ଆତୁର ଅପେକ୍ଷା ପରେ ତାଙ୍କ ସହ ଟିକେ ମିଶୁଛି ଆଉ ସେ ଅମୃତ ବେଳା ରେ ମୁଁ ଛୋଟ କଥା ଗୁଡାକ କଣ କହିବି ଭାବି ସବୁ ସହିଯାଆନ୍ତି।ସେ କୈାଣସି ମତେ ସ୍ଵାଗତ ପାଖେ ନିଜ ଦୁର୍ବଳତା କୁ ପ୍ରକାଶ କରି ନିଜ କୁ ଛୋଟ କରି ନାହାନ୍ତି ।
ତୁମେ କଣ ଅଧିକା କାମ କରି ଦେଉଛ ମିସେସ୍ ସ୍ଵାଗତ ?ଦୁଇଶହ ଟା ଟଙ୍କା ଫିଙ୍ଗିଲେ କେହି ହେଲେ ଆସିକି ଏତିକି କାମ ଖୁସି ରେ କରିକି ଯିବ ।
ଯିଏ ଘରେ ଦିନେ ଝାଡୁ ଧରି ନାହିଁ ଆଉ ଶାଶୂଘର କୁ ଆସି
ନିଜ ଅସୁମାରୀ ଲହୁ କୁ ପାଣି କରି ଦିନ କୁ ଅଠର ଘଣ୍ଟା ପରିଶ୍ରମ କରିବା ପରେ ଯଦି ଏ କଥା ଶୁଣେ ତା ଛାତି ରେ କିଏ ମରଣାନ୍ତକ ଶରବିଦ୍ଧ କରିବା ଭଳି ଅନୁଭବ କରିବା କଥା କିନ୍ତୁ ମାନସୀ ସ୍ଵାଗତ ଙ୍କପ୍ରେ ମଆଳାପ ପଦେ ଶୁଣିବା ପାଇଁ ଏତେ ବ୍ୟଗ୍ର ଥିଲେ ଯେ ମିସେସ୍ ସ୍ଵାଗତ ଡାକ ଟା ତାଙ୍କ ଦର୍ଦ ଭରା ହୃଦୟ କୁ ମଲମ ବୋଲିବା ପରି
ଲାଗିଛି।ସେ ଖୁସି ରେ ଏ କଥା କୁ ଏଡାଇ ଦେଇ ଛନ୍ତି।ଏମିତି କଥା ଛଳରେ ହଉ ଅଥବା ମଜ୍ଜା ରେ ସ୍ଵାଗତ
ଯେତିକି କଥା ଘର ଲୋକ ମାନସୀ ବିରୋଧ ରେ କର୍ଣ୍ଣ ମନ୍ତ୍ର ଶୁଣାଇ ଥାନ୍ତି ସବୁ ସୁନ୍ଦର ଭାବେ କହିଦିଅନ୍ତି। ସ୍ଵାମୀ ତ ଏକ ମାତ୍ର ସାହାଭରସାଶା ଶୂଘରେ।ଯୋଉ ସ୍ତ୍ରୀ ନିଜ ସ୍ଵାମୀ ପାଖେ ଅବହେଳିତ ,ତାର ଫାଇଦା ଅନ୍ୟମାନେ ସହଜ ରେ ନେଇଥାନ୍ତି।କଥାରେ ଅଛି ପରା "ଲୁହା କଅଁଳ
ଦେଖିଲେ ବିଲେଇ ମଧ୍ୟ କାମୁଡେ "।
ଶାଶୂ ସ୍ଵାଗତ ଆଗରେ କାନ୍ଦି ଉଠିଲେ ମୋ ପୁଅ ପଛରେ ଲକ୍ଷେ ଝିଅ ପଡ଼ିଥିଲେ , ମୁଁ ଏ ଗାଉଁଲି ଝିଅ ଟାକୁ ବୋହୂ କରି ମୋ ପୁଅ ର ଜୀବନ ବରବାଦ କରିଦେଲି।ସବୁ ମୋରି ଦୋଷ ମୋ ନିଜ
ହାତରେ ମୁଁ ଏ ଭୂଲ୍ କରିଛି।ଶାଶୂ ସେ ଘର ର ସର୍ବୋଚ୍ଚ କୂଟ ଶାସନକର୍ତ୍ତା।ସେ ଯଦି କହିଦିଅନ୍ତି ସୂର୍ଯ୍ୟ ଦକ୍ଷିଣ ଦିଗରେ ଉଦୟ ହୁଅନ୍ତି ସମସ୍ତେ ମାନିବାକୁ ବାଧ୍ୟ।ଇଏ ତୋ ଛାଡ ସାଧାରଣ କଥା।
ସ୍ଵାଗତ ଙ୍କର ବି ସାହସ ନାହିଁ ଯେ ପଚାରିବାକୁ ମାନସୀ ତ ସହର ରେ ରହି ପାଠ ପଢିଛି ସେ ଗାଉଁଲି କେମିତି ହେଲା ? ଏମିତିଗୋ ଟେ ଗୋଟେ ମିଥ୍ୟା ଆରୋପ ର କଳଙ୍କ ମାନସୀ ଙ୍କ କପାଳରେ ବୋଳି ହଉଥାଏ ଦିନ କୁ ଦିନ।ତାଙ୍କ ନିନ୍ଦା ଅପବାଦ ର ଭାର ଏତେ ବଢ଼ିଗଲା ଯେ ସ୍ଵାଗତ ଯୋଉ ଟିକକ ମୁହଁ କୁ ଚାହୁଁଥିଲେ ସେତକ ବି ଚାହିଁଲେ ନାହିଁ।ଯାହା ଭରସା ରେ ଏଇଠି ପଡ଼ି ରହିଥିଲେ ସେତକ ବି ଗଲା।
କାହା କାହା ଅତ୍ୟାଚାର କେତେ କେତେ ସହିବେ ମାନସୀ।ଶରୀର ବଳ ଓ ମନ ବଳ ହରାଇ ସାରିଲେଣି। ହଠାତ୍ ଶଶୁର ରଡି ଛାଡିଲେମା ନସୀ ତୁ ଖାଲି ରୋଷେଇ ଟା କରିଦେଲେ ହେବନି। ଲୁଗା ସଫା,ଆଇରନ୍,ପୂଜା ପର୍ବ,ଘରପୋଛା,ବାସନ ସଫା,ବଗିଚା କାମ, ଅତିଥି ଚର୍ଚ୍ଚା, ଇତ୍ୟାଦି କାମ କରିବା ଜଣେ ସୁଦକ୍ଷି ବୋହୂ ର କର୍ତ୍ତବ୍ୟ।
ଏମିତି ରେ ଖାଲି ରୋଷେଇ ସମ୍ବାଳିବାକୁ ମାନସୀ ଦେହ ରେ ଶକ୍ତି ନ ଥିଲା। ସକାଳୁ ସମସ୍ତେ ଉଠିଲେ ସମସ୍ତଙ୍କୁ ବ୍ରସ୍ କରିବା ପାଇଁ ପାଣି ହାତକୁ ବଢାଇବା ଠାରୁ ରାତି ଶୋଇବା ପାଇଁ ଶେଯ ପାରି ମଶା ଧୂପ ଲଗାଇବା ପଯ୍ୟନ୍ତ ସବୁ କାମ କରନ୍ତି। ଦିନ କୁ ଦିନ କାମ ର ଚାପ ବଢ଼ି ବଢ଼ି ଯାଉଥାଏ ଏପଟେ ସ୍ଵାଗତ ଙ୍କ ସ୍ନେହ ଟିକକ ପାଇବା ପାଇଁ ମନ ଚାତକୀ ସମ ବ୍ୟଗ୍ର l
ନଣନ୍ଦ ଙ୍କ ଚକ୍ରବ୍ୟୁହ ରଚିତ ଶାସନ ରେ ମାନସୀ ସବୁଦିନ କବଳିତ ହୁଅନ୍ତି ହେଲେ କିଏ ହେବ ତାଙ୍କ ସହାୟକ ଆପଣା ସୁନା ତ ଭେଣ୍ଡି ।କାହା ଆଗରେ କଣ କହିବେ ?କହିବା ପୂର୍ବରୁ ତାଙ୍କ ପାଟିରେ ତାଲା ପଡ଼ିଯାଇଛି ।
କଥା କଥାକୁ ଦିଅର ମାନଙ୍କ ତାଗିଦ୍ ସତେ ଯେମିତି ଗାଁ ରୁ କ୍ରୀତଦାସ ଟେ କିଣି ଆଣିଛନ୍ତି। ମାନସୀ ଶକ୍ତି ର ଗନ୍ତାଘର ପାଲଟି ଯାଇଥିଲେ।ଆଉ ଯିଏ ଯେତେ ଫାଇଦା ଉଠାଇ ନେଉଥିଲେ।
ଅଶାନ୍ତ ସମୁଦ୍ରର ଉଦ୍ବେଳନ ରେ ମାନସୀ ଏକ ଦିଗହରା ପଥିକ।ସେ ଅପରିପୂର୍ଣ୍ଣତା ଜୀବନ ସହ ସୁନ୍ଦର ନିଷ୍କପଟ ହୃଦୟ ର ଅଧିକାରିଣୀ।ଅସରନ୍ତି ସୁଖଦ ସ୍ଵପ୍ନ ସହ ମାନବୀୟ ଅତ୍ୟାଚାର ର ଶିକାର ହୋଇ ମଧ୍ୟ ଜୀବନ କୁ ସୁଖ ଦୁଃଖ ର ସମାନ୍ତରାଳ ରେଖା ରେ ଆବଦ୍ଧ କରିବା ହିଁ ମାନସୀ ଙ୍କ ମହନୀୟତା।
ନିସ୍ତବ୍ଧ ବେଳାଭୂମି ରେ ଅଶାନ୍ତ ସମୁଦ୍ରର କେତେ ଅଝଟିଆ ଢେଉ ଲହରି ଆସି ପିଟି ହୋଇଯାଏ ଆଉ ପୁଣି ହଜିଯାଏ ସମୁଦ୍ର ବୁକୁ ରେ। ସମୁଦ୍ର ର କୂଳ ତାର କ୍ଷଣିକ ସ୍ପର୍ଶ ରେ ଆତ୍ମ ବିଭୋର
ହୋଇ ମିଶିଯାଏ ସେ ଲହଡି ସହ।ଠିକ୍ ସେମିତି ମାନସୀ ଙ୍କ ଭାବ ତରଙ୍ଗ ସ୍ଵାଗତ ଙ୍କ କ୍ଷଣିକ ମିଳନ ରେ ଭାବମଗ୍ନ ହୋଇଯାଏ।
ହେଲେ ସେତିକି ମଧ୍ୟ ମାନସୀ ଙ୍କ ଉଦାସ ଭରା ଭାଗ୍ୟ ରେ ବିଧାତା ଲେଖିପାରି ନ ଥିଲା। ହଠାତ୍ ସଡ଼କ ଦୁର୍ଘଟଣାରେ ସ୍ଵାଗତ ଙ୍କ ଆକସ୍ମିକ ମୃତ୍ୟୁ ଘଟିଥିଲା।ଭାଗ୍ୟ ର କରାଳ ଅଟ୍ଟହାସ୍ୟ ପୂର୍ଣ୍ଣ ଗର୍ତ୍ତ ରେ ମାନସୀ ଚିରଦିନ ପାଇଁ ପତିତା ହୋଇ ପଡିରହିଲେ।
କଲ୍ୟାଣୀ ହୋତା
ପାରାବେଢା, ଶ୍ରୀରାମ ନଗର, ଜୟପୁର, କୋରାପୁଟ




1 Comments
Nice story
ReplyDelete