ମାଆ- ପ୍ରସନ୍ନ କୁମାର ମିଶ୍ର

ମାଆ
******

ମାଆ ଶବ୍ଦଟିର ଅର୍ଥକୁ ଖୋଜିଲେ
   କେଉଁ ଗ୍ରନ୍ଥରେ ମିଳଇ ନାହିଁ
ବିଶ୍ଳେଷଣ କରି ଶବ୍ଦକୁ ଦେଖିଲେ
 ମମତା ରେ ପୂର୍ଣ୍ଣ ସେହି  ।
ମା ରୁ ମାଟି, ଆ ରୁ ଆକାଶ
  ସର୍ବତ୍ର ରହିଛି ବ୍ୟାପି
ଛୋଟ ଶବ୍ଦ ଟିଏ ଏ ଡେ ବ୍ୟାପକତା
 ପୂର୍ଣ୍ଣତାର ପୂର୍ଣ୍ଣ ଛବି ।
ଏ ଧରା ବକ୍ଷରେ ପ୍ରଥମ ସ୍ପର୍ଶ
 ଯା ଠାରୁ ପାଇଛି ମୁହିଁ
ମଆ ଡାକିଦେଲେ ଦୁଃଖ ଚାଲିଯାଏ
  ଅମୃତ ରେ ଭରା ସେହି ।
ଯାହାହାତ ଧରି ପ୍ରଥମେ ଚାଲିବା
ଶିଖି ଥିଲି ଏ ଧରା ରେ
ପଡିଯାଉଥିଲେ,ତୋଳିନେଉଥିଲା
ପୋଛି,ପଣତ କାନିରେ ।
ପ୍ରଥମ ଶବ୍ଦ କହିବା ଶି ଖିଲି
 ଯାହା ଠାରୁ ମୁଁ ଜୀବନେ
ଅମାନିଆହେଲେ ବୁଝାଏସେ ମୋତେ
ବସି ମୋ ପାଖେ  ଯତ ନେ ।
ଦୁନିଆରେ ଯଦି ଉଚ୍ଚ ହେବାପାଇଁ
ଶିଖିବା ରେଆମେ ଆଶ
ନିସ୍ୱାର୍ଥପର ତା, ନିଷ୍କପଟ ମୂର୍ତ୍ତି
 ମା ଆଗେ ସବୁ ତୁଚ୍ଛ ।।
         

 ପ୍ରସନ୍ନ କୁମାର ମିଶ୍ର 
ହାଟମାଳ, ତିଗିରିଆ, କଟକ

Post a Comment

0 Comments