ଅଭିଳାଷା- ସୁଜାତା ଦାସ

ଅଭିଳାଷା
*****

ପ୍ରୀତି ପିୟୁଷର
    ଝର ଝରିଯାଏ
       ତୁମରି କବିତା ଧାରେ,
ମନେ ଭରିଯାଏ
    ମଧୁର ମହକ
        ଭାଷାର ଫୁଆରା ଝରେ l
ଲେଖନୀ ମୁନରେ
    ଗଢ଼ି ତ ଦେଇଛ
       କବିତା ଚନ୍ଦନ ବନ,
ଭାବ ଝରିଯାଏ
   କଳ୍ପନା ବିଳାସେ
     ପ୍ରଣୟ ମଧୁ ଗୁଞ୍ଜନ l
ସଦ୍ୟ ପ୍ରସ୍ଫୁଟିତ
   ଗୋଲାପ ପରିକା
       କବିତା ବି ଫୁଟି ଉଠେ,
ତୁମ ମନ ପରି
   ପ୍ରେମ ମୟ କରି
      ଛିଞ୍ଚିଛ ପ୍ରୀତିରୁ ମୁଠେ l
ଇନ୍ଦ୍ରଧନୁ ରଙ୍ଗ
   ଭାଷାର ବର୍ଣାଳୀ
      ସଜାଇଛ ପଦେ ପଦେ,
ଯେତେ ପଢିଲେବି
   ମନ ଭରେ ନାହିଁ
     ତୃଷ୍ଣା ବଢୁଥାଇ ସ୍ୱାଦେ l
ପଵିତ୍ର ହୃଦୟେ
   ମଧୁ ମୟ ତୁମେ
      ଫୁଟାଅ ଫଗୁଣ ଛବି,
ମିଠା ସହରର
    ଯାଦୁଗର ତୁମେ
       ପ୍ରିତୀଝରା ମିଠା କବି ll

ସୁଜାତା ଦାସ (ସହ ଶିକ୍ଷୟିତ୍ରୀ) 
ମିତ୍ରପୁର, ବାଲେଶ୍ଵର

Post a Comment

1 Comments