*****
ଦେଖିଛି ମୁଁ ନିର୍ଜନ ରାସ୍ତାରେ
ରାତିରେ ଶୋଇ ରହିଥିବା
କେତୋଟି ଜୀବନକୁ
ନିର୍ଜନ ରାସ୍ତାରେ ଚାଳିଲାବେଳେ
ତାଙ୍କର ସେହି କନ୍ଦ୍ରନର ସ୍ୱର
ଶୁଣି ହୃଦୟ ମୋର କହେ
ତାଙ୍କ ସହ ତାଳ ମିଳାଇ
କାନ୍ଦିବା ପାଇଁ
ଅବୋଧ ଶିଶୁଟିର
ମାଆକୁ ଖାଦ୍ୟ ମାଗିବାର
ଅଳୀ ଭାରି କଷ୍ଟ ଦିଏ ମନକୁ
ମା'ଟି ଅତି କଷ୍ଟରେ ସନ୍ତାନକୁ
ଚୁପ୍ କରିବାର ଅଭିନୟ
ଦେଖି ଭାରି ଆଶ୍ଚାର୍ଯ୍ୟ ଲାଗେ
ଏହି କ'ଣ ମୋର ସେହି
ଓଡ଼ିଶା ଯେଉଁଠି
ଟଙ୍କାକିଆ ଚାଉଳ ପାଇ ମଧ୍ୟ
ଲୋକେ ରହନ୍ତି ଉପବାସରେ ।
ଅର୍ଚ୍ଚନା ଦେଓ
ଯାଜପୁର




0 Comments