********
ପାଣିପାଗ ବିଭାଗରୁ ମିଳିଲା ଖବର
ଉଗ୍ର ରୂପକୁ ଧରିବ ବଙ୍ଗୋପସାଗର
ତିବ୍ରତା ବଢିଲେ ମରୁତ ହେବ ପ୍ରଖର
ଭୀତ ତ୍ରସ୍ତେ ଧରିତ୍ରୀ ହୋଇବ ଥରହର।
ବଦଳିବ କ୍ଷଣିକରେ ପ୍ରକୃତିର ରୂପ
ବସୁନ୍ଧରା ଦେଖିବ ଦଇବର ପ୍ରକୋପ
ଭୂପତିତ ହୋଇଯିବ ନବର ପାଦପ
ସକଳ ପରାଣୀ ଯେତେ ଭୋଗିବେ ସନ୍ତାପ।
ଫାଇଲିନ୍,ହୁଦହୁଦ୍,ତିତଲି ବାତ୍ୟାର
ଅବା ପୁଣି ଫନି ଠାରୁ ହେବ ଭୟଙ୍କର
ଉପକୂଳେ ରଚିବ ସେ ତାଣ୍ତବ ଧ୍ବଂସର
ତା'ର ସ୍ପର୍ଶେ ଘୁରାଇବ ଧରଣୀର ଶିର।
ଅନେଶ୍ବତ ମସିହାର ମହାବାତ୍ୟା ପରି
ସସ୍ର ନୟନେ ଅମ୍ଫାନ ଦେବ ଅଶ୍ରୁ ଭରି ॥
ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର,ଗୋପିନାଥପୁର,ପୁରୀ




0 Comments