ତୁମେ ଏତେ ଚାଲ।କ ବୋଲି
ଆକାଶର ତୋଫା ଛାତିକୁ ଚିରି
ବରଷିଗଲ ମୋ ଉପରେ
ମୁଁ ୟାଡେ ଓଦା ଜୁଡୁବୁଡୁ
ଥଣ୍ଡ ଛିଙ୍କରେ ଉଷ୍ମତା ଲୋଡେ ।
ମୁଁ ତୁମ ପୋଷାକରେ ବୁଡିଗଲି
ଅଣନିଶ୍ବାସୀ ଦାବାନଳ ସାଜି ବହୁଦିନ ଆଗରୁ
ତୁମେ ଖୋଜୁଛ ମୋତେ
ମୁଁ କିନ୍ତୁ ଧରାଛୁଆଁ ଦେବିନି !
କେତେ ଘଟ ପରିବର୍ତ୍ତନରେ ପାଇଥିଲ ମୋତେ
ମୁଁ ଜାଣେନା, ଜାଣିବାକୁ ଚେଷ୍ଟା ବି କରବିନି
ଚାଲିଯିବାର କାରଣଟା ବୋଧେ
ମୋ ଦୁଃଖ ମୁଣ୍ଡେଇ ପାରିଲନି ବୋଲି
ନା ଆଉ କିଛି ?
ତୁମ ଆଘ୍ରାଣରେ ମୁଁ ଚମ୍ପକବନର ଉଦ୍ୟାନ ଖୋଜୁଥିଲି
ଯୋଡୁଥିଲି ଲକ୍ଷ ଲକ୍ଷ ମଲ୍ଲୀ ରଜନୀଗନ୍ଧାର କାରାଗାର
ତୁମ ସହ ବନ୍ଦୀ ହେବାପାଇଁ !
ମୁଁ ଆଜି ବିକଳାଙ୍ଗ
ମୋ ଦେହ ବୋହି, ବୋଝ ବୋହି
ଅଧାପୋଡା କଳା ଜୁଇକାଠ ପରି
ଚିଲ ଶାଗୁଣା ଶିଆଳ ଭୋକରେ
ମୋ ଦେହ ଲୁଣ୍ଠିତ ଆଜି
ହାଡ ସବୁ ଉଇ ଖାଇବାରେ ବ୍ୟସ୍ତ
କିନ୍ତୁ ତୁମେ ସନ୍ଧାନ କଲଣି ଆଉ ଏକ ଘଟର !!
ସନ୍ତୋଷ ଭୋଇ
ଏମଫିଲ୍ ଛାତ୍ର, ଓଡ଼ିଆ ବିଭାଗ
ରେଭେନ୍ସା ବିଶ୍ବବିଦ୍ୟାଳୟ, କଟକ




3 Comments
ମୋ କବିତାକୁ ସୃଷ୍ଟିସମ୍ଭାରର ଓ୍ବେବ୍ ପୋର୍ଟାଲରେ ପ୍ରକାଶ କରିଥିବାରୁ ସମ୍ପାଦକ ମହୋଦୟଙ୍କୁ ଅଶେଷ ଧନ୍ୟବାଦ। ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ତାଙ୍କର ଏ ଉଲ୍ଲେଖନୀୟ ପଦକ୍ଷେପ ବେଶ୍ ସ୍ବାଗତଯୋଗ୍ୟ। ଆଗାମୀ ଭବିଷ୍ୟତର ତାରକାମାନଙ୍କୁ ପରିଚିତି କରାଇବା ଓ ସାହିତ୍ୟ ପ୍ରତି ଆଗ୍ରହ କରିବା ଉଦ୍ଦେଶ୍ୟରେ ଏ ପରିପ୍ରକାଶ ଆଗେଇ ଚାଲୁ। ଧନ୍ୟବାଦ ସମ୍ପାଦକ ମହାଶୟ।
ReplyDeleteଧନ୍ୟବାଦ ସମ୍ପାଦକ ମହୋଦୟ। ମୋ କବିତାକୁ ଆପଣଙ୍କ ଓ୍ବେବ୍ ପୋର୍ଟାଲରେ ପ୍ରକାଶ କରିଥିବାରୁ।
ReplyDeleteସୃଷ୍ଟିସମ୍ଭାର ଆଗାମୀ କାଲିର ଭବିଷ୍ୟତ। ଯୁବପିଢ଼ିଙ୍କୁ ସାହିତ୍ୟାନୁରାଗୀ କରିବା ପାଇଁ ତାଙ୍କର ଏ ପ୍ରୟାସ ସାର୍ଥକ ହେଉ। ଧନ୍ୟବାଦ
ReplyDelete