********
ଫିକା ଆଜି ମୋର ବୟସର ରଙ୍ଗ
ଫଗୁଣ ଲାଗୁଛି ଫିକା,
ପିଆସି ପ୍ରାଣ ର ବିଦୂର ବେଳା ରେ
ମିଳୁନାହିଁ ତାଙ୍କ ଦେଖା ।
ହଜିଗଲା ମୋର ସୌନ୍ଦର୍ଯ୍ୟର ତେଜ
ଅତିତର ଘନ ଗର୍ଭରେ,
ଚାହିଁ ଚାହିଁ ବିତିଗଲା ସେ ଯୌବନ
କଥା ରହିଗଲା ଓଠରେ।
ଅସୁମାରୀ ଆଶା ସପନ ସାଜିଲା
ଲିଭିଗଲା କେଳି ଦୀପ,
ଅନନ୍ତ ସ୍ମୃତି ର ଅସ୍ବଚ୍ଛ ଫର୍ଦ ରେ
ଲେଖିଗଲୁ ମୋ ପାପ ।
ଲୋଡା ନାହିଁ ଏ ତୁଚ୍ଛ ଯୌବନ
ବିନା ସାଥିର ଛୁଆଁ ରେ,
ଲୁଚିଯାଉ ଏ ଆଖି ର ଇଶାରା
ଖୋଜେ ନିତି ମୁଁ ରାତିରେ।
ଅଶ୍ରୁ ଝରିଯାଏ ବିନା ଶ୍ରାବଣରେ
କାନ୍ଦୁଥାଏ ମନ ଲୁଚାଇ,
ଆକାଶକୁ ଚାହିଁ କୁମୁଦିନୀ କୁହେ
ପ୍ରିୟକୁ ଦେଇଛ ହଜାଇ ।
ମିଛ ପ୍ରତିଶ୍ରୁତି ଦେଇଗଲ ତୁମେ
ରଖିତ ପାରିଲ ନାହିଁ,
ଫିକା ରହିଗଲା ଯୌବନ ତେଜ
ଲୁହ ଟୋପେ ଦିଅ ନାହିଁ ।।
ସ୍ମୃତି ରଞ୍ଜନ ପାତ୍ର
ଗୋପାଳପୁର, ପୁରୀ




0 Comments