*******
କଇଁ ପଚାରିଲା ଆଲୋ!ପଦ୍ମନାନୀ
ପ୍ରେମିକ ତପନ ତୋହର,
ବିରହ ବେଦନା ଦେଇଛନ୍ତି କି ସେ
ଦେ ତୁ ତାହାର ଉତ୍ତର ।
ପ୍ରତ୍ଯୁତ୍ତରେ ପଦ୍ମ କହିଲା କଇଁକୁ
ସେ ପରା ମୋହର ଈଶ୍ବର,
ଈଶ୍ବର କି କେବେ ଦେଇଥାନ୍ତି କଷ୍ଟ?
ନିଜକୁ ତୁ ଥରେ ପଚାର ।
ଏହା ଶୁଣି କଇଁ କହିଲା ପଦ୍ମକୁ
ତୁ ସତ କହିଲୁ ଲୋ!ନାନୀ,
ସୂର୍ଯ୍ୟ-ଚନ୍ଦ୍ରଙ୍କର ଅସ୍ତିତ୍ବ ନଥିଲେ
ଆମେ ହୁଅନ୍ତେ ଯେ ହିନିମାନୀ ।
ସୂର୍ଯ୍ୟ ଆଗମନେ ତୁ ବିକଶିତ ହେଉ
ଆଲୋ!ମୋର ପଦ୍ମନାନୀ,
ଚନ୍ଦ୍ର ଆଗମନେ ସରୋବର ଜଳେ
ଫୁଟେ ମୁହିଁ କୁମୁଦିନୀ ।
ଯେତେ ଦିନଯାଏଁ ସୂର୍ଯ୍ୟ ଆଉ ଚନ୍ଦ୍ର
ରହିଥିବେ ଏ ସଂସାରେ,
ସେତେ ଦିନଯାଏଁ ଆମେ ପଦ୍ମ-କଇଁ
ଜନ୍ମୁଥିବା ସରୋବରେ ।।
ସୋନାଲି ଦାସ
ଭୁବନେଶ୍ୱର




3 Comments
ବହୁତ ସୁନ୍ଦର ବର୍ଣନା ଦିଦି
ReplyDeleteଧନ୍ୟବାଦ 😇
ReplyDeleteଧନ୍ୟବାଦ 😇
ReplyDelete