ପଦ୍ମ ଓ କଇଁର ଗୋପନ କଥା- ସୋନାଲି ଦାସ


ପଦ୍ମ ଓ କଇଁର ଗୋପନ କଥା
*******

କଇଁ ପଚାରିଲା ଆଲୋ!ପଦ୍ମନାନୀ
ପ୍ରେମିକ ତପନ ତୋହର, 
ବିରହ ବେଦନା ଦେଇଛନ୍ତି କି ସେ 
 ଦେ ତୁ ତାହାର ଉତ୍ତର  ।

ପ୍ରତ୍ଯୁତ୍ତରେ ପଦ୍ମ କହିଲା କଇଁକୁ  
 ସେ ପରା ମୋହର ଈଶ୍ବର,
ଈଶ୍ବର କି କେବେ ଦେଇଥାନ୍ତି କଷ୍ଟ? 
  ନିଜକୁ ତୁ ଥରେ ପଚାର ।

ଏହା ଶୁଣି କଇଁ କହିଲା ପଦ୍ମକୁ 
 ତୁ ସତ କହିଲୁ ଲୋ!ନାନୀ,
ସୂର୍ଯ୍ୟ-ଚନ୍ଦ୍ରଙ୍କର ଅସ୍ତିତ୍ବ ନଥିଲେ 
 ଆମେ ହୁଅନ୍ତେ ଯେ ହିନିମାନୀ । 

ସୂର୍ଯ୍ୟ ଆଗମନେ ତୁ ବିକଶିତ ହେଉ 
 ଆଲୋ!ମୋର ପଦ୍ମନାନୀ,
ଚନ୍ଦ୍ର ଆଗମନେ ସରୋବର ଜଳେ 
 ଫୁଟେ ମୁହିଁ କୁମୁଦିନୀ  । 

ଯେତେ ଦିନଯାଏଁ ସୂର୍ଯ୍ୟ ଆଉ ଚନ୍ଦ୍ର
ରହିଥିବେ ଏ ସଂସାରେ, 
ସେତେ ଦିନଯାଏଁ ଆମେ ପଦ୍ମ-କଇଁ 
ଜନ୍ମୁଥିବା ସରୋବରେ ।।

ସୋନାଲି ଦାସ
ଭୁବନେଶ୍ୱର

Post a Comment

3 Comments

  1. ବହୁତ ସୁନ୍ଦର ବର୍ଣନା ଦିଦି

    ReplyDelete
  2. ଧନ୍ୟବାଦ 😇

    ReplyDelete
  3. ଧନ୍ୟବାଦ 😇

    ReplyDelete