ଯୌତୁକ ଜୁଇରେ ମୁ ଆଉ ଖୋଜିବନି ମୋତେ- କିରଣ ମନୀଷା ମହାନ୍ତି



ଆଉ ଖୋଜିବନି ମୋତେ
ଯୌତୁକ ଜୁଇରେ ଜଳାଇ ମାରିଲା ପରେ
ମୁ ଅସହାୟ ଅଲୋଡ଼ା
ପାଥିବ ଶରୀର ମୋର
କିଏ ବା ଦେବ ନ୍ୟାୟ
ନିଜ ଶେଷ ଯାତ୍ରା ରେ ମୁଁ ଏକା
ଏ ଅଫେରା ବାଟର
ରଙ୍ଗ ହୀନ ଜୀବନ
ଜୀବନ ଜୁଆରରେ
ଯୌତୁକ ର  ଜୁଇ ମୋ
ଆଜି ଜଳିବାକୁ ସଜଡ଼ା ଗଲା ପରେ
ଅନ୍ତରର ବ୍ୟଥା
ଆଉ କିଏ ବା ବୁଝିବ ପାରିବ
ଯୋଉ ମାନେ ମୋର ଥିଲେ ଦିନେ
ବୋଝ ଭାବି ପର ଧନ ରେ 
ଟେକି ଦେଲେ ଯୌତୁକ ଲୋଭୀ
ରକ୍ଷାସ ନ୍କ ହାତରେ
ଆଜି ସବୁ କିଛି ନିଶବ୍ଦ ତାର ମୁହୂର୍ତ୍ତ
ଜଳିବାକୁ ଯାଉଥିବା ମୁଁ
କେବେ ହାତ ଧରି ଆଣିଥିବା
ମୋ ଦେବତା ଇହଃ କାଳର
ଶହେ ପାପକୁ କ୍ଷମା କରିବେ
ନା ସେ ଆଜି ନିଜର କରି 
ନ୍ୟାୟ ଦେଲେ
ସବୁ କିଛି ମୋ ପାଇଁ ଆଜି 
ସାଜୁଛି ଦାଉ
ଲୁହରେ ବୁତୁରିଲା ମୋ ମଲା ଆଖି
ଦେହର ଚିନ୍ହ ମାଡ଼ ଗାଳିର
ସବୁ ସାଇତା ତୁମ ସହ ମୁଠା ମୁଠା
ସ୍ମୃତି ଆଜି ମୋ ସହ ଜଳି ଯିବ
ଏଇ କେଇ ଦିନ ସମ୍ପର୍କର
ଯୌତୁକ ନିଆଁ ଆଜି
ଜାଳି ଦେଲା ପରେ ଅଣ ଲେଉଟା 
ଅଫେରା ମୁଁ
କିଛି ସମୟର
ସୁଖ ଦୁଃଖ ଯନ୍ତ୍ରଣାକୁ ସାଥେ କରି
ତୁମ ଅହରାଣୀ ସାଜି
ସୀମନ୍ତେ ସିନ୍ଧୁର ନେଇ
ମୁ ଯୌତୁକ ଜୁଇରେ
ଆଉ ଖୋଜିବନି ମୋତେ

କିରଣ ମନୀଷା ମହାନ୍ତି
ରେଞ୍ଚ ,ଡେଲାଙ୍ଗ, ପୁରୀ

Post a Comment

0 Comments