ଦିପରୁ ତେଲ ସରିଗଲେ
ତୁମେ ମୋ ଆଲୋକ ଦିପ୍ତ
କଲମ ରୁ କାଳୀ ସରିଗଲେ ବି
ତୁମେ ମୋ କବିତା ମନ୍ତ ।।
ଗଛ ରୁ ଡାଳ ଶୁଖିଗଲେ ବି
ତୁମେ ମୋ ଛାୟା
ହୃଦୟରେ ପ୍ରେମର ଓଁକାର ଦେଲେ
ତୁମେ ମୋ ସ୍ବପ୍ନ ର ମାୟା ।।
ରାତ୍ରୀ ର ଅନ୍ଧକାର ରେ
ତୁମେ ମୋ ସ୍ଵପ୍ନ
ହୃଦୟର ନିରବତା ରେ
ତୁମେ ମୋ ପ୍ରେମ ।।
ଆଶା ଠୁ ଅନେକ ବିଶ୍ୱାସ
ତୁମ ଉପରେ
ଜୀବନ ଠୁ ଅନେକ ଆଶା
ତୁମ ଠାରେ ।।
ସଞ୍ଜିତା ଦ୍ୱିବେଦୀ
ଦ୍ୱିବେଦୀ କଲୋନୀ ପାଲଲହଡ଼ା
ଜିଲ୍ଲା ଅନୁଗୁଳ




1 Comments
ଭଲ ଲେଖିଚ ।
ReplyDeleteପ୍ରଥମ ପଦର ଦ୍ଵିତୀୟ, ଚତୁର୍ଥ ଧାଡ଼ିର ଶେଷ ଶବ୍ଦଟିମାନ ସଜାଡ଼ିଦିଅ ।