ବେଦନାଭରା ଯାତନା ପରା
ମାନବର ଏ ଶରୀର ।
ତୁମେ ନ ଚାହିଁଲେ ତୁମେ ନଦେଖିଲେ
ଘର ପୁରା ନାରଖାର ।
ଵନ୍ଦୀଶାଳା ର ଜୀବନ ଜିଇବା
କାହିଁ ପାଇଁ ଦେଇଅଛ !
ଜନ୍ମିଥିଲ ବୋଲି ବନ୍ଦୀ ଶାଳା ଗୃହେ
ଏତେ କଷଣ ଲେଖିଛ!
ମୁକ୍ତ କର ଭବ ବନ୍ଧନ ,ହେ ବାନ୍ଧବ
ହରି ନିଅ ଯେତେ ପାପ
ପୂଣ୍ୟ ଅରଜିନି! , ଶରଣ ପଶୁଛି
କାଟିଦିଅ ଭବତାପ।
ପର ଆପଣାର, ସୁଖ ସଂସାରର
ସବୁ ତୁମରି ଇଙ୍ଗିତ ।
ମୋହ ମାୟା ଫାଶ ଫିଟୁ ଜଗଦୀଶ
ଦୁଃଖି ପ୍ରାଣ ହେଉ ତୁପ୍ତ ।
ସକଳ କରତା ଆହେ ମୁକ୍ତିଦାତା
ଚରଣେ ଶରଣ ତୋର ।
ବିନା ପାଦ ପାଣି ବସିବାର ଠାଣି
ଦେଖି ମୁକ୍ତି ହେଉ ମୋର।।
ଆସିଷ୍ଟାଣ୍ଟ ଷ୍ଟାଟିଷ୍ଟିକାଲ୍ ଅଫିସର
ଯାଜପୁର.




3 Comments
ସୁନ୍ଦର ପ୍ରୟାସ।ସୃଷ୍ଟି ସମ୍ଭାର ଆଗକୁ ବଢୁ।
ReplyDeleteexcellent composiion and poetic feelings
ReplyDeleteExcellent composition & extremely heart touching.......
ReplyDelete