ବର୍ତ୍ତମାନ ସମାଜରେ ଏସିଆ ମହାଦେଶ ରେ ଅବସ୍ଥିତ ଚାଇନା ଦେଶର ୱ।ହାନ୍ ସହରରୁ ଉପ୍ତତି ହୋଇଥିବା କୋଭିଡ୍-୧୯ ବା ଯାହାକୁ ସଂକ୍ଷେପରେ ଆମେ କୋରୋନା ବୋଲି କହୁଛନ୍ତି ସେ ତାର କାୟା ଦିନକୁ ଦିନ ବିସ୍ତାର କରିବାକୁ ଲାଗିଛି। ସାରା ବିଶ୍ବର ମାନବ ସମାଜ ଆଜି କୋରୋନାର ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ଭୟଭୀତ ରେ ହାହାକାର ହେଲେଣି। ହେଲେ ଏ ନରହତ୍ୟା କାରି କୋରୋନା ଟିକେ ବି ସମାଜ ରୁ ବିଦାୟ ନେବାର ନାଁ ଗନ୍ଧ ଧରୁନି। ପୃଥିବୀର ବୃହତ ବିକଶିତ ଦେଶମାନେ ଏହି କୋଭିଡ-୧୯ ରୁ ମୁକ୍ତ ପାଇଁ ଉପାୟ ଖୋଜି ପାଇବାରେ ଅସମର୍ଥ ହୋଇଗଲାଣି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହି କୋଭିଡ-୧୯ କୁ ଏକ ମହାମାରୀ ର ଆଖ୍ୟା ମିଳିସାରିଲାଣି। ସବୁଠାରୁ ବଡ଼ ଦୁଃଖ ର କଥା ଏ ଭୂତାଣୁ ରୁ ରକ୍ଷା ପାଇବା ପାଇଁ ଏ ପର୍ଯ୍ୟନ୍ତ କୌଣସି ଔଷଧ ଆବିଷ୍କାର ହୋଇ ନାହିଁ। ଆଉ ବିକଶିତ ବିଜ୍ଞାନ ଯିଏ ଆମ ଦୈନନ୍ଦିନ ଜୀବନରେ ନୂତନ ନୂତନ ଆବିଷ୍କାର କରି ଆମ ଜୀବନକୁ ଅତି ସହଯସୟ ଗଢିତୋଳିଛି ସେ ବି ଆଜି କିଛି କରିପାରୁନି ଏହି କୋଭିଡ-୧୯ ରୁ ମୁକ୍ତ ପାଇଁ। ପୁରା ଅସହାୟ ହୋଇପଡିଛି। ବିଶ୍ୱର ୨୧୦ ରୁ ଉର୍ଦ୍ଧ୍ବ ଦେଶରେ ଏହି କୋଭିଡ-୧୯ ଭୂତାଣୁ ବ୍ୟାପୀ ଗଲାଣି। ଆଉ ୧ଲକ୍ଷ ରୁ ଅଧିକ ଲୋକ ଏହି କୋଭିଡ-୧୯ ରେ ମୃତ୍ୟୁ ବରଣ କରିସାରିଲେଣି। ଏହି କୋଭିଡ-୧୯ ରୁ ମୁକ୍ତ ପାଇଁ ଆମ ସରକାର ଆପ୍ରାଣ ଉଦ୍ୟମ କରିଚାଲିଛନ୍ତି ଆଉ ଲୋକ ମାନଙ୍କୁ ସାମାଜିକ ଦୁରତା ବଜାୟ ରଖିବାକୁ ଅନୁରୋଧ କରୁଛନ୍ତି ବିଭିନ୍ନ ଗଣମାଧ୍ୟମର ସହଯୋଗ ନେଇ। ଆଉ ଏହି କୋଭିଡ-୧୯ ଭୂତାଣୁ ରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସହଯୋଗ ଓ ସହାୟତା ଯୋଗାଇ ଦେଉଛନ୍ତି। ଲୋକମାନେ କିପରି ସାମାଜିକ ଦୁରତା ବଜାୟ ରଖିବେ ଆଉ କୋରୋନା ମହାମାରୀ ରୁ ନିଜକୁ ରକ୍ଷା କରିବେ ସେଥିପାଇଁ ଆମ ସରକାର ସବୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ବନ୍ଦ କରିବା ସହ ଆଉ କେତେକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବଂଦ୍ କରି ସାରା ଦେଶରେ ତଥା ରାଜ୍ୟରେ ଲକଡାଉନ ବ୍ୟବସ୍ଥା କଡାକଡି ଜାରି କରାଯାଇଛି। ଆଉ ଲୋକ ମାନଙ୍କୁ ଘରେ ରୁହନ୍ତୁ ଓ ସୁରକ୍ଷିତ ରହିଵା ପାଇଁ ବହୁତ ଅନୁରୋଧ କରାଯାଉଛି। ଆମ ଡାକ୍ତର ଓ ପୋଲିସ ଅଧିକାରୀ ମାନେ ସେମାନଙ୍କ ଜୀବନ କଥା ନ ଭାବି ଏହି କୋଭିଡ-୧୯ ରୁ କିପରି ଲୋକମାନଙ୍କୁ ରକ୍ଷା କରାଯାଇ ପାରିବ ସେଥିପ୍ରତି ଦିନ ରାତି ଅକ୍ଲାନ୍ତ ପରିଶ୍ରମ ଜାରି ରଖିଛନ୍ତି। ହେଲେ ଆମର କିଛି ଶିକ୍ଷିତ ଓ ଜାଣିବା ଶୁଣି ବା ଲୋକମାନେ ସରକାର ଙ୍କ ସମସ୍ତ ନିୟମ କୁ ଖୋଲାଖୋଲି ଭାବେ ବେଖାତିର୍ କରି ବୁଲୁଛନ୍ତି। କିନ୍ତୁ ଦେଢ଼ ବର୍ଷ ର କୁନି ଝିଅ ନାଁ ଟି ତାର ଚେଲସି ଯିଏ ସକାଳ ହେଲେ ତା ମାମା କୁ ଖନେଇ ଖନେଇ କହେ ମାମା ମୋତେ ଟିକେ ଜାମା, ପ୍ୟାଣ୍ଟ, ଜୋତା, ମୋଜା ଆଉ ତେଲ ଓ କଳା ଲଗେଇ ଦେଇ ପ୍ରସ୍ତୁତ କରିଦେ। ମୁଁ ପା ମଣ୍ଡପ ଯିବି ସେଠି ଖେଳିବି, ଦୈାଡିଵି ,ନାଚିବି ଆଉ ବହୁତ୍ ଲୋକ ଙ୍କ ସହ ହାତ ମିଳେଇ ବି ଆଉ ସେମାନଙ୍କୁ ଗେଲ କରିବି। ଦେଢ଼ ବର୍ଷ ର କୁନି ଝିଅ ଚେଲସି ତାକୁ ଗାଁ ଟା ଜାକର ଲୋକ ଭାରି ଭଲ ପାଆନ୍ତି ଆଉ ସକାଳ ହେଲେ କେମିତି ତାକୁ କାଖେଇବେ, ଗେଲ କରିବେ ଓ ଵୁଲେଇବେ ଭାବି ଖୁସି ହୋଇଥାନ୍ତି। ଆଉ ଚେଲସି ବି ଭାରି ବୁଲାଳିଆ ହୋଇଗଲାଣି ସକାଳୁ ସଂଜ ଯାଏ ଖାଲି ଏ କାଖରୁ ସେ କାଖ ବୁଲୁଥାଏ। ହେଲେ ଏ କୋରୋନା ପାଇଁ ସରକାର ଜୋଉ ଲକ୍ ଡାଉନ୍ କରିଛନ୍ତି ସେ ନେଇ ତା ପାପା ତାକୁ ଥରଟିଏ କେବଳ ବୁଝେଇଲେ କି ବେଟା କୋରୋନା ପାଇଁ ସରକାର ଲକ୍ ଡାଉନ୍ କରିଛନ୍ତି ସେଥିପାଇଁ ମୁଁ ଆଉ ବାହାରକୁ ବୁଲିବାକୁ ଯିବୁନି ଘରେ ରହିବୁ ଆଉ କାହାକୁ ଗେଲ କରିବୁନି ଆଉ ହାତ ନେଇ ମିଳେଇ ପ୍ରଣାମ କରିବୁ। ଆଉ ହାତକୁ ବାରଂବାର ସାନିଟାଇଜରରେ ହାତ ସଫାକରିଵୁ। ଆମେମାନେ ଵଡଲୋକ, ଶିକ୍ଷିତ ଆଉ ଜାଣିବା ଶୁଣିବା ଲୋକ ହେଇ ବି ସବୁ କଥା ମାନୁ ନାହାନ୍ତି ହେଲେ ଏ ଦେଢ଼ ବର୍ଷ ର କୁନି ଝିଅ ଚେଲସି ତା ପାପାଙ୍କ ସବୁ କଥା କୁ ଗୋଟି ଗୋଟି ମାନୁଛି। ସେ ଏବେ ବାହାରକୁ ବୁଲିବାକୁ ଯିବାକୁ ଆଉ ଅଳି କି ଜିଦ୍ କରୁନି। ଆଉ ଚେଲସି କୁ ଯିଏ ଓ ହାତମିଳେଇବାକୁ କହୁଛି ସେ ଖନେଇ ଖନେଇ କହୁଛି "No handshake" କେବଳ ନମନମ। ଆଉ ଚେଲସି ତା ମାମା କୁ ବାରମ୍ବାର ସାନିଟାଈଜର ମାଗି ହାତ ସଫା ରଖୁଛି। କେହିବି ତାକୁ ଯଦି ବୁଲିବାକୁ ଯିବାକୁ ଡାକୁଛି ସେ ତାଂକୁ ମନା କରୁଛି। ଯଦି ଦେଢ଼ ବର୍ଷ ର କୁନି ଝିଅ ଟି ତାର ପାପାଙ୍କ କଥା ମାନି ଲକ୍ ଡାଉନ୍ କୁ ସତପବୃତ ପାଳନ କରି "କୋରୋନା କୁ ଗୋ କୋରୋନା ଗୋ" କହି ବିଦାୟ ଦେବା ପାଇଁ ସଙ୍କଳ୍ପ ଵଧ। କିନ୍ତୁ ଆମେମାନେ ଦେଢ଼ ବର୍ଷ ର ଚେଲସି ନୁହେଁ । କିନ୍ତୁ ସେ ଯଦି ଛୋଟ ପିଲା ଟା ହୋଇ ସବୁଜାଣିପାରୁଛି ତାହାଲେ ଆମେମାନେ କାହିଁକି ନୁହେଁ। ତାହାଲେ ଆସନ୍ତୁ ଆମେ ସେହି ଛୋଟ ପିଲା ଠୁ କିଛିଶିକ୍ଷି ଏକାଠି ହୋଇ ଏ କୋରୋନା କୁ "ବାଏ ବାଏ" କରିଵା ସେଥିପାଇଁ ଘରେ ରହିବା, ସାମାଜିକ ଦୁରତା ବଜାୟ ରଖିବା ଆଉ ବାରଂବାର ହାତ ଧୋଇବା ଓ ସୁରକ୍ଷିତ ରହିଵା ଆଉ ସମସ୍ତେ ଏକତ୍ରିତ ହୋଇ ଏ କହିବା ଚେଲସି ପରି " ଗୋ କୋରୋନା ଗୋ"।
ଭୁବନେଶ୍ୱର




0 Comments