ସୁନୟନା ଓଝା
ମୋର ତ ତୋ ପଖକୁ
ଫେରିବା ଟା ତ ନିଶ୍ଚିତ ଥିଲା
ମାତ୍ର ସେଇ ଦିନ ଗୁଡାକ
ମୋତେ ବାଧ୍ୟ କରୁଥିଲା ।
ତୋ ଠାରୁ ନିଜକୁ ଦୂରେଇବାକୁ
ହେଲେ ମନ ଭିତରେ ଉଠୁଥିବା ଝଡ ଟା
ମୋତେ ବାଧ୍ୟ କରୁଥିଲା ଏଇ ଲୁହ ଗୁଡାକୁ
ଏଇ କ୍ଷଣି ତୋ ମଥା ଉପରେ ଓଜାଡ଼ି ଦେବାକୁ ।
ଆଉ ତୋର ସେ ସ୍ମିତ ହସ ମୁହଁ ଟିକୁ
ସବୁଦିନ ପାଇଁ ଏ ଆଖିରେ ସାଇତି ରଖିବାକୁ
ମୁଁ ତ ସ୍ବପ୍ନ ରେ ବି ଚାହିଁନି ତୋ ଆଖିରେ ଲୁହ ଦେବାକୁ
ତୋଉଲି ନଥିଲି ତୋ ଭଲପାଇବା କୁ ।
ମୋ ଆଖିର ଲୁହ ସହ
ଲୁହରେ ବି କିଣିବାକୁ
ଚାହିଁନି ତୋର
ଭଲପାଇବା କୁ ।
ସେଇଥିପାଇଁ ବୋଧେ ବାଧ୍ୟ ହେଲି
ତୋ ପାଖକୁ ଫେରିବାକୁ
ପୁଣି ଥରେ ପାଇବାକୁ
ତୋର ପ୍ରେମକୁ ।।
ଗ୍ରାମ -ତରିମୂଳ
ଜିଲ୍ଲା -କେନ୍ଦୁଝର




0 Comments