ବିଶ୍ୱାସ - ପ୍ରେମାନନ୍ଦ ବେହେରା



ସବୁଠୁ ବେଶି ଅବିଶ୍ଵାସୀ
ଆଜିର ସଭ୍ୟ ମଣିଷ
ସଂକୀର୍ଣ୍ଣ ମନୋଭାବ
କରେ ଅଣନିଶ୍ଵାସୀ
ସ୍ଵାର୍ଥପର ସାଜିଛି
ସ୍ବାର୍ଥର ସେହି ଦାସ ।।

ଦିନୁ ଦିନ ବିଶ୍ଵାସର ସତ୍ତା
ସତ୍ୟ ଅହିଂସାର ଭାବ
ଉଭେଇ ଯାଉଛି 
ଆବିଳତା ପୂର୍ଣ୍ଣ ଜୀବନ
ମରିଛି ମାନବିକତା
ପାଷାଣ ଅନ୍ତରରୁ ।।

ମୁଖରେ ଅଛି ରାମ ନାମ 
ସାଧୁବାଣୀ ଅଧରେ
ଛଦ୍ମବେଶୀ ଦାନବ
ହୃଦୟେ ହଲାହଳ ବିଷ
ବିଷଜ୍ବାଳାରେ ଜଳୁଛି ନିଜେ
ବର୍ଷ ମାସ ଦିବସ ଅହର୍ନିଶ ।।

ପରୋପକାରୀକୁ 
ଗ୍ରାସେ ଦାରିଦ୍ର୍ୟତା
ପାପାଚାରୀ ପାଉଅଛି 
ରାଜ ସିଂହାସନ
ଅସୁରକ୍ଷିତ ନାରୀଜାତି
ଲମ୍ପଟର ପଶୁତୁଲ୍ୟ ଆଚରଣ।।

ମାନବ ସାଜିଛି 
ଦାନବ କଳିଯୁଗର
କଳୁଷ ପଙ୍କେ ମଳିନ 
ସର୍ବାଙ୍ଗ ଶରୀର
କାହାକୁ କରିବି ବିଶ୍ଵାସ 
ଅନ୍ତରାତ୍ମା କାନ୍ଦୁଛି ମୋହର ।।


ପ୍ରେମାନନ୍ଦ ବେହେରା, ସହକାରୀ ଶିକ୍ଷକ
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
ପଦ୍ମପୁର, ଜିଲ୍ଲା - ବରଗଡ଼

Post a Comment

0 Comments