ସନ୍ଧ୍ୟା- ମମତା ଶତପଥୀ

ସନ୍ଧ୍ୟା

ପ୍ରେମ ଜରଜର ଦିନ
ରାତି କୁ ଖୋଜି ଧାଉଁଥାଏ
ରାତି ବି କୋଉ କମ୍ କି
ମୃଦୁ ମନ୍ଦ ଠାଣି ରେ ଆସୁଥାଏ । 
ଲାଜେ ଲାଜେ ଢ଼ାଳେ ସତେ
ମିଠା ଚୋରା ଚାହାଣୀ
ତେରିଛି ନଜରରେ
ଦିନ ହୃଦ ଦିଏ ହାଣି । 
ଦିନ ଓ ରାତିର ମିଳନ
ପ୍ରେମର ପୀୟୂଷ ପଡେ ଝରି
ସନ୍ଧ୍ୟା ସେ ଅମୃତ ଲଗ୍ନ
କୋଟି ଜନମନ ନିଏ ହରି । 
ଶୀତଳ ସମୀର ମନ ହରେ
ରାତ୍ରି ର ଗଭାରେ କୋଟି ତାରାଫୁଲ
ସନ୍ଧ୍ୟା ହେଲେ ହସିଉଠେ
ରୂପ କି ସୁନ୍ଦର ଝଲମଲ । 
ଆହା କି ସୁନ୍ଦର କିଏ ବର୍ଣ୍ଣିବ?

ହଜାରେ ଲେଖନୀ ହାରିଯାଏ
ଚିତ୍ର ଆଙ୍କିବାକୁ ତୂଳୀ ଥକି ପଡେ
ଅନୂଭବୀ ର ହୃଦୟ ଦ୍ରବିଯାଏ । 
ଦିବସ ଟି ହଜେ ରାତ୍ରି ବକ୍ଷରେ
ଭୁଲି ଯାଏ ନିଜ ଅବଶେଷ
କ୍ଳାନ୍ତ ଦିବସ ବିଶ୍ରାମ ଲୋଡେ
ରାତ୍ରି ଦିଅଇ ନିବିଡ଼ ଆଶ୍ଳେଷ । 
ନିତ୍ୟ ନୂତନ ସେମାନଙ୍କ ପ୍ରେମ
ବୟସ କେବେ ଦଗା ଦିଏନି
ଚିର ସୁନ୍ଦର ମନୋରମ
ସଦା ପବିତ୍ର ତାଙ୍କ ପ୍ରେମ କାହାଣୀ ।। 

ମମତା ଶତପଥୀ
ଗ୍ରନ୍ଥାଗାର ଅଧୀକ୍ଷକା
ଡେରାବିଶ ମହାବିଦ୍ୟାଳୟ
କେନ୍ଦ୍ରାପଡା

Post a Comment

0 Comments