କିନ୍ନର- କିରଣ ମନୀଷା ମହାନ୍ତି


କିନ୍ନର

ହଁ ମୁ କିନ୍ନର
ଲୋଡ଼ା ମତେ  ଚାରି କାଠ
ଲୋଡ଼ା ମତେ ସ୍ନେହ ପ୍ରେମ..
ସହି ଦିନେ ଗର୍ଭଯନ୍ତ୍ରଣା ମା'
ଏନ୍ତୁଡ଼ି ଜାଳିଥିଲା ମୋର..
ଲମ୍ବା ଆୟୁଷ ପାଇଁ କରିଥିଲା ଓଷା ବ୍ରତ।


ବାପା ଭାଇ କନ୍ଧେ ବସି ବିତିଛି
ମୋ ପିଲା ବେଳ,
ପିଲାବେଳ ଥିଲା ମୋର
ମଥାରେ ଥିଲା ଆଶୀର୍ବାଦ ...
ମୋ ଗୁରୁଜନକର

ହେ ଭଗବାନ କେଉଁ ଶାସ୍ତି ପାଇଁ
ଜନ୍ମ ଦେଲ କିନ୍ନର
ପାସୋରିଲେ ପର କହି
ମୁ ବି ମଣିଷ ...
ଭୋକ ଉପାସରେ
ପୋଡିଯାଏ ପେଟ ମୋର,
ଆଖିରେ ବି ଜକେଇ ଆସେ ଲୁହ।


ଅଭିଶାପ ଏ କୋଉ ଜନ୍ମର
ଦେଇ ନାହିଁ ସ୍ବପ୍ନ ଧୋକା
ଧୋକା ଦିଏ ଏ ସମାଜ
ଅସରା ଏ ସ୍ବପ୍ନର ତଣ୍ଟି ଚିପି ଜିଉଛି ମୁଁ
କିନ୍ନରଟା ବୋଲି ଜନ୍ମ।


ସହେ ନିର୍ଯ୍ୟାତନା ଘର ଓ ବାହାର
ମୋ ଜାତି ପାଇଁ ତିଆରି
ଅଲଗା ଦୁନିଆ... 
ମୁଁ ଅସମାଜିକ କିନ୍ନର
ଭୋକ କଷ୍ଟ ଦିଏ ମତେ
ଭିକ ମାଗି ପୋଷେ ପେଟ ମୋର
ହାତ ପାପୁଲିଟା କାଟି ଦେଖ
ନାଲି ନାଲି ରକ୍ତ ମୋର।


ପିଲା ଦିନୁ କରିଥାନ୍ତ ଅନାଥ
ମୋହ ପରେ ଦୂରେଇଲ
ଛି... ଛି... କହି 
ମୁଁ କୀର୍ଣ୍ଣର
ବିଧାତା ତ ଜନ୍ମ ଦେଲା 
ଆଡେଇଲା ପରିବାର
ହେ ବିଧାତା ଷଠି 
ତୁମରଏ ସୃଷ୍ଟିକୁ,
ଏ ସମାଜ ଏ ଦୁନିଆ 
କରେ ହୀନ ବ୍ୟବହାର।

କିରଣ ମନୀଷା ମହାନ୍ତି
ଡେଲାଙ୍ଗ, ପୁରୀ 

Post a Comment

0 Comments