ନାରୀ- ମନୀଷା ପଣ୍ଡା


ନାରୀ

ମୁଁ ନାରୀ,
ମୁଁ ପତ୍ନୀ ଅବା ଜାୟା ତୁମ,
ତୁମ ହାତ ରେ ପିନ୍ଧାଇ ଥିବା
 ଚିମୁଟାଏ  ଲାଲ୍ ଲାଲ୍ ସିନ୍ଦୁର,
 ମୋର ଅଧିକାର।

ପାଦ ର ଧାର ରେ
 ନାଲି ଅଳତା ର ରେଖା,
ଆଉ ଏ ଇ ଦେଖ
 ଦୁଇପଟ  ନାଲି ନାଲି ଶଙ୍ଖା,
ପ୍ରତୀକ କି ଚିହ୍ନ କୁହ 
 ଟିକି ସଂସାର ର ।

ବେଡି ବୋଲି ଭାବ ନା
ଏ  ଶକ୍ତ ବନ୍ଧନ କୁ,
ଗଣ୍ଠି ପକାଇଛି ନେଇ
ମମତା ଡୋର କୁ,
ପତ୍ର ଟିଏ  ଖସି ପଡେ ଯେବେ
ଏହାରି ଉପର,
ନାଗୁଣୀ ହୋଇ ମୁଁ  ନାରୀ
 ଦେଇପାରେ ଗରଳ ଫୁତ୍କାର ।।।

ମନୀଷା ପଣ୍ଡା (ଶିକ୍ଷୟିତ୍ରୀ)
ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ,
ଅଙ୍କରାନ୍ତିିପୁର, ଢେଙ୍କାନାଳ।

Post a Comment

0 Comments