ଆଲୋଡନ - ରଶ୍ମିତା ଦାସ


 ଆଲୋଡନ 


ସୂର୍ଯ୍ୟ ଉଇଁ ଗଲେ ପଦ୍ମ ଫୁଟିଯାଏ

      ଦୋହଲେ ଉଚ୍ଛନ୍ନ ମନେ

ତୁମେ କିନ୍ତୁ ଦିଅ ନିଃସଙ୍ଗତା ଭାରି

      ତୁମରି ଅଲୋଡ଼ା ପଣେ ।


ରାତ୍ରୀ ଦିଏ ସୁଖ ଜହ୍ନର ଜୋଛନା

     ଫୁଲ ଦିଏ ପ୍ରୀତି ବାସ୍ନା

ତୁମ ନୀରବତା ଦିଏ ଭାରି ବ୍ୟଥା

       ଜାଗେ ମିଳନର ତୃଷ୍ଣା ।


ପ୍ରେମ ଦିଏ ପରିପୂର୍ଣ୍ଣତା ଜୀବନେ

       ପ୍ରୀତି ବାନ୍ଧିନିଏ ମନ

ଭାରି କଷ୍ଟଦିଏ ଅନ୍ତରକୁ ମୋର

       ତୁମରି ଅବୁଝାପଣ ।


ସଂକ୍ରମଣ ଦିଏ ଅମାପ ଯନ୍ତ୍ରଣା

      ବିପର୍ଯ୍ୟୟ ନିଏ ପ୍ରାଣ

ସବୁଠାରୁ ବେଶୀ ଅସହିଷ୍ଣୁ ଲାଗେ

        ତୁମ ମାନ ଅଭିମାନ ।


           ରଶ୍ମିତା ଦାସ 

ମାଲିକ କାଉଣ୍ଟି, ସାଦ ନଗର,ରଙ୍ଗାରେଡି ଡିଷ୍ଟ,ତେଲେଙ୍ଗାନା

          


Post a Comment

0 Comments