ଏଇ ଅଳ୍ପଦିନ ତଳର କଥା। ଆମ ଦେଶର ରାଜଧାନୀ ନୂଆଦିଲ୍ଲୀରେ ସାନୁ ତା' ମାଆ ଓ ବାପାଙ୍କ ସହ ରହୁଥିଲା। ସାନୁର ବାପା ଜଣେ ବଡ ପ୍ରତିଷ୍ଠିତ ବ୍ଯବସାୟୀ ଓ ମାଆ ଜଣେ ଗୃହିଣୀ। ବାପା ଅଧିକାଂଶ ସମୟରେ ବ୍ଯବସାୟ କାର୍ଯରେ ବାହାରେ ରହୁଥିଲେ। ଘରେ ମାଆଙ୍କ ପାଖରେ ସାନୁ ରହୁଥିଲା। ସାନୁର ଇଛା ମୁତାବକ ତା ବାପା ତାକୁ ସବୁ ଜିନିଷ ଆଣି ଦିଅନ୍ତି। କୌଣସି ଜିନିଷରେ ତାର ଅଭାବ ରଖନ୍ତି ନାହିଁ। ସେ ପାଖ ବିଦ୍ଯାଳୟରେ ପଞ୍ଚମ ଶ୍ରେଣୀରେ ପଢେ। କିନ୍ତୁ ସେ ତା' ମାଆଙ୍କ କଥା ଆଦୌ ଶୁଣେନାହିଁ। ସବୁବେଳେ ଟିଭିରେ କାର୍ଟୁନ ଦେଖେ। ମୋବାଇଲରେ ଗେମ୍ ଖେଳେ। ସକାଳୁ ବିଳମ୍ବରେ ଉଠେ। ପାଠ ପଢେ ନାହିଁ କି ନିଜ ଜିନିଷ ଗୁଡିକର ସଠିକ୍ ଯତ୍ନ ନିଏ ନାହିଁ। ତାର ମାଆ ବହୁତ ଥର ତାକୁ ବୁଝେଇବାକୁ ପ୍ରୟାସ କରି ବିଫଳ ହେବା ପରେ ସାନୁ ପାଇଁ ଅଧିକାଂଶ ସମୟ ଦୁଃଖିତ ଓ ଚିନ୍ତିତ ରହୁଥିଲେ।
ଦିନେ ରାତିରେ ସାନୁ ସ୍ୱପ୍ନ ଦେଖିଲା ଗୋଟିଏ ଗଛରେ ତିନୋଟି ପକ୍ଷୀ ତିନୋଟି ବସାରେ ରହୁଥିଲେ। ସେମାନଙ୍କର ଗୋଟିଏ ଲେଖାଏଁ ଛୁଆ ମଧ୍ଯ ଥିଲେ। ହେଲେ ପ୍ରଥମ ପକ୍ଷୀର ଛୁଆଟି ବହୁତ ଦୁଷ୍ଟ ଥିଲା। ସେ ସବୁବେଳେ ଚଗଲା ହେଉଥିଲା। ତା ମାଆ କଥା ଆଦୌ ମାନୁ ନଥିଲା। ଦିନେ ତାର ମାଆ ଖାଦ୍ଯ ସଂଗ୍ରହ କରିବାକୁ ବାହାରକୁ ଗଲା। ଆଉ ନିଜ ଛୁଆକୁ ବସାରୁ ବାହାରକୁ ନଯିବା ପାଇଁ ତାଗିତ୍ ମଧ୍ଯ କରିଥିଲା। ମାତ୍ର ମାଆ ବସାରୁ ଦୂରକୁ ଚାଲିଯିବା ପରେ ସେ ଦୁଷ୍ଟ ଛୁଆଟି ମାଆ କଥା ନମାନି ବାସାରୁ ବାହାରକୁ ଆସି ବୁଲିବାକୁ ଆରମ୍ଭ କଲା। ଠିକ୍ ଏହି ସମୟରେ ବସାର ଉପର ଡାଳରେ ବିଲେଇ ଟିଏ ଛକି ବସିଥିଲା ଓ ସେ ସେହି ଛୁଆଟିକୁ ଝାମ୍ପିନେଲା। ଖାଦ୍ଯ ସଂଗ୍ରହ କରି ମାଆ ଯେତେବେଳେ ବସାକୁ ଫେରିଲା, ସେତେବେଳକୁ ତା' ଛୁଆ ବସାରେ ନଥିଲା। ସେ ତାର ଛୁଆକୁ ବହୁତ ଖୋଜିଲା କିନ୍ତୁ କେଉଁଠି ବି ପାଇଲା ନାହିଁ। ଶେଷରେ କାନ୍ଦି କାନ୍ଦି ମନ ଦୁଃଖରେ ସେ ସ୍ଥାନ ଛାଡି ବହୁତ ଦୂରକୁ ଉଡିଗଲା।
ଦ୍ୱିତୀୟ ପକ୍ଷୀର ଛୁଆଟି ଭାରି ଶାନ୍ତ ଓ ସରଳ ଥିଲା। ସେ ସବୁବେଳେ ତା ମାଆଙ୍କ କଥା ଶୁଣୁଥିଲା। ତେଣୁ ସେ ଶିଘ୍ର ଶିଘ୍ର ନିଜ ମାଆ ଠାରୁ ଉଡିବା ଓ ବସା ତିଆରି କରିବା ଆଦି କୌଶଳ ଶିଖିଗଲା। ତା'ପରେ ପ୍ରତ୍ଯେକ କାର୍ଯ୍ଯରେ ନିଜ ମାଆକୁ ସାହାଯ୍ଯ କରିବାକୁ ଲାଗିଲା। ମାଆ ଛୁଆ ମିଶି ଅତି ଆନନ୍ଦରେ ସେମାନଙ୍କ ଜୀବନ ବିତେଇବାକୁ ଲାଗିଲେ।
ତୃତୀୟ ପକ୍ଷୀର ଛୁଆଟି ଅତି ଅଳସୁଆ ଥିଲା। ସେ ନିଜର କୌଣସି କାର୍ଯ୍ଯ ନିଜେ କରିବାକୁ ଇଛା ପ୍ରକାଶ କରୁନଥିଲା। ସବୁ କାମରେ ସେ ତା ମାଆ ଉପରେ ନିର୍ଭର କରୁଥିଲା। ତା ମାଆ ତାକୁ ଯେତେ ଶିଖାଇବାକୁ ଚେଷ୍ଟା କଲେ ମଧ୍ଯ ସେ ଶୁଣୁ ନଥିଲା କି ଶିଖୁ ନଥିଲା। ନିଜ ଛୁଆର ଏଭଳି ବ୍ଯବହାର ପାଇଁ ମାଆ ପକ୍ଷୀ ସବୁବେଳେ ଦୁଃଖିତ ଓ ଚିନ୍ତିତ ରହୁଥିଲା। ମାତ୍ର ତା' ଛୁଆ ଉପରେ ଏହାର କୌଣସି ପ୍ରଭାବ ପଡୁ ନଥିଲା।
ଦିନେ ହଠାତ୍ ଝଡ ବର୍ଷା ଆରମ୍ଭ ହୋଇଗଲା। ପବନର ବେଗ ସହ ତାଳ ଦେଇ ବର୍ଷା ମଧ୍ଯ ବଢିବାକୁ ଲାଗିଲା। ପରିସ୍ଥିତି ଜଟିଳ ହେଉଥିବାର ଲକ୍ଷ କରି ଦ୍ୱିତୀୟ ପକ୍ଷୀ ଓ ତାର ଛୁଆ ଉକ୍ତ ସ୍ଥାନ ତାଙ୍କ ପାଇଁ ଏବେ ଆଉ ନିରାପଦ ନୁହେଁ ଭାବି ଉଡିଗଲେ ଅନ୍ଯ ଏକ ନିରାପଦ ସ୍ଥାନକୁ। ମାତ୍ର ତୃତୀୟ ପକ୍ଷୀର ଛୁଆଟି ତ ଅଳସୁଆ ଥିଲା ସେ ଉଡି ଶିଖି ନଥିଲା, ତେଣୁ ସେ ସେଠାରୁ ଅନ୍ଯତ୍ର ଯାଇ ପାରିଲା ନାହିଁ। ଫଳରେ ତା ମାଆ ମଧ୍ଯ ତାକୁ ଛାଡି ନିରାପଦ ସ୍ଥାନକୁ ଯାଇ ପାରିଲାନି। ଝଡ ତୋଫାନ ଯେବେ ତିବ୍ର ରୂପ ଧାରଣ କଲା ନିଜ ଛୁଆକୁ ରକ୍ଷା କରିବା ପାଇଁ ଦ୍ୱିତୀୟ ପକ୍ଷୀ ବସାରୁ ବାହାରକୁ ଆସି ନିଜ ଥଣ୍ଟ, ଡେଣା ଓ ପଞ୍ଝା ସାହାଯ୍ଯରେ ନିଜର ବସାକୁ ଜାବୁଡି ଧରି ପବନ, ବର୍ଷା ଓ ଝଡ ଦାଉରୁ ତା ଛୁଆ ଓ ବସାକୁ ରକ୍ଷା କରିବାକୁ ଆପ୍ରାଣ ଉଦ୍ଯମ କଲା। ହେଲେ କରାଳ ପବନ ଫଳରେ ଦ୍ୱିତୀୟ ପକ୍ଷୀ ଉପରେ ଥିବା ଏକ ଗଛ ଡାଳ ଭାଙ୍ଗି ତା' ଉପରେ ପଡିଗଲା, ଫଳରେ ତାର ମୃତ୍ଯୁ ଘଟିଲା। ଝଡ ତୋଫାନ କମିବା ପରେ ଦ୍ୱିତୀୟ ପକ୍ଷୀ ଓ ତାର ଛୁଆ ପୁନର୍ବାର ସେ ସ୍ଥାନକୁ ଫେରି ମିଳିମିଶି ନୂତନ ବସା ନିର୍ମାଣ କରି ଖୁସିରେ ରହିଲେ। ମାତ୍ର ତୃତୀୟ ପକ୍ଷୀର ଅଳସୁଆ ଛୁଆଟି ଖାଇବାକୁ ନପାଇ ଭୋକ ଉପାସରେ ନିଜର ଭଙ୍ଗା ବସି ଭିତରେ ପଡି ରହିଲା। ଶେଷରେ ଏକ ନାଗ ସାପ ସେହି ଗଛରେ ଖାଦ୍ଯ ଅନ୍ୱେଷଣରେ ସେହି ଗଛରେ ଚଢଲା। ସାପକୁ ଦେଖି ଦ୍ୱିତୀୟ ପକ୍ଷୀ ଓ ତାର ଛୁଆ ବସି ଛାଡି ଦୂରକୁ ଉଡିଗଲେ। ମାତ୍ର ସେ ଅଳସୁଆ ଛୁଆଟିକୁ ସେ ନାଗ ସାପ ଅତି ସହଜରେ ନିଜର ଭୋଜନ କରିନେଲା।
ଠିକ୍ ଏତିକି ସମୟରେ ସାନୁର ନିଦ ଭାଙ୍ଗିଗଲା। ସାନୁ ବହୁତ ଡରି ଯାଇଥିଲା। ମାତ୍ର ଉଠିବା ପରେ ସେ ଜାଣିଲା ଯେ ସେ ସ୍ୱପ୍ନ ଦେଖୁଥିଲା। ମାତ୍ର ଏହାପରେ ସେ ନିଜର ଭୁଲ ବୁଝିପାରିଲା। ରାତି ପାହିଲା ବେଳକୁ ମାଆ ଉଠିବା ଆଗରୁ ସାନୁ ଶେଯ ତ୍ଯାଗକରି ନିଜର ସମସ୍ତ ଦୈନିକ କାର୍ଯ୍ଯ ଶେଷ କରି ନିଜର ଜିନିଷ ଗୁଡିକୁ ଯତ୍ନର ସହ ସଜାଡି ରଖିବା ସହ ପାଠ ପଢାରେ ବସିଥାଏ। ମାଆ ସାନୁର ଏ ପରିବର୍ତ୍ତନ ଦେଖି ବହୁତ ଖୁସି ହୋଇଗଲେ। ସେହି ଦିନ ଠାରୁ ମାଆଙ୍କର ପ୍ରତ୍ଯେକଟି କଥାକୁ ସାନୁ ମାନି କାମ ମଧ୍ଯ କରିବାକୁ ଲାଗିଲା। ଶେଷରେ ମାଆ ଖୁସି ହୋଇ କହିଲେ ସୁନା ପିଲା ହେଲା ସାନୁ।
ପ୍ରିୟରଞ୍ଜନ ବିଶ୍ୱାଳ
ବଳରାମପୁର, କୁଶଳେଶ୍ୱର
ଘସିପୁରା,ଆନନ୍ଦପୁର
କେନ୍ଦୁଝର, ପିନ୍- ୭୫୮୦୨୫
ଦୂ.ଭା- ୮୩୨୭୭୬୧୪୭୪




0 Comments