ସ୍ଵାଭିମାନୀ ଓଡ଼ିଆ
(ଛୋଟ ପ୍ରୟାସ ମାତ୍ର)
ଦୂର୍ବଳ ମନ ଆଉ କମଜୋର ପ୍ରାଣର ଆବେଗରେ ସୃଷ୍ଟି ହେଉ ଥିବା ପ୍ରତିଟି ଚିନ୍ତନ କୁ ନିଜ ଗାଉଁଲି ପଖାଳ ଖିଆ ଓଡ଼ିଆ ଭାଷାରେ ଗଢି ତୋଳିବାକୁ ଚେଷ୍ଟା କରେ।ବିରୀୟ।ନି , ପିଜା,ଖାଇ ଚର୍ବି ବଢାଉ ଥିବା ଭାଇ ମାନେ ଓକାଳୀ ପାରନ୍ତି । ସେଥିରେ ମୋର ଆପତ୍ତି ନାହିଁ।କିନ୍ତୁ ମନେ ରଖ ମୋ ଭାଇ ଯେତେ ବ୍ଲେଜର୍, ସୁଟ ପିନ୍ଧି ଏଙ୍ଗ୍ରଜି କଥା କହ,ଶେଷରେ ଓଡ଼ିଆ ରୀତି ନୀତି ରେ ହିଁ ଶେଷ କର୍ମ ସମ୍ପାଦନ ହେବ।
ତୋର ପରିଚୟ ଜଗନ୍ନାଥ ସଂସ୍କୃତି,ଖୋର୍ଦ୍ଧା ନାଲି ଗାମୁଛା, ସମ୍ବଲପୁରି ଶାଢ଼ୀ, ବାସୀ ପଖାଳ ,ଆଳୁ ଚକଡା଼,ଶାଗ ଭଜା,ଆଉ ତୋ ସାତ ପୀଢ଼ି କୁ ଖାଇବା ଯୋଗ।ଉ ଥିବା ଗୁଣ୍ଠେ ଜମି,ଆଉ ସେଇ ନଈ ପାଣି।ତୋ ଓଡ଼ିଶା ଆଜି ଗରିବ ସତ,କିନ୍ତୁ ସ୍ଵାଭିମାନୀ ଓଡ଼ିଆ କାହା ପାଖେ ସାଲିସ କରି ବଞ୍ଚିବା ଶିଖିନି।ମାନୁଛି ଶସ୍ତା ରାଜନୀତି, ଆଉ ବସ୍ତା ବସ୍ତା ଟଙ୍କାର ଲୋକପ୍ରିୟତା ହୁଏତ ପରିବେଶକୁ ଟିକେ ଉତ୍ ଶୃଙ୍ଖଳିତ କରି ଦେଇଛି।କିନ୍ତୁ ତମ ଇଂଲିଶ କଥା କହି ବାବୁ ପଣିଆ ଦେଖେଇ ଭିତରୁ ପଇସା ହଡ଼ପ କରିବା ସାଜିଶ୍ ମୋ ଓଡ଼ିଆ ଶିଖିନି।ତେଣିକି ତବ ଇଚ୍ଛା।ଓଡ଼ିଆ ଜାତି ସେମିତି ରହିବ।
ବସାଇ,ମୁମ୍ବାଇ,ମହାରାଷ୍ଟ୍ର
ଲେଖାରେ କୌଣସି ପ୍ରକାର ତୃଟି ପାଇଁ ଅନୁଷ୍ଠାନ ଦାୟୀ ନୁହେଁ ।




0 Comments