ଗଛ ଲଗାଇଲେ ଫଳ ଫଳି ଥାଏ
ଉତ୍ତମ ବନ୍ଧୁରେ ଗଣା
ପରୋପକାରରେ ଦିନ ତାର ବିତେ
ହୁଏ ନାହିଁ ବାଟ ବଣା l୧l
ମଣିଷ ଗଛକୁ ଯତ୍ନେ ବଢ଼ାଇଲେ
ସ୍ନେହ ଶ୍ରଦ୍ଧା ପ୍ରିତିଦେଇ
ଦୟା କ୍ଷମା ଗୁଣ ତା ମଧ୍ୟେ ଭରିଲେ
ସଂସ୍କାରି ତ ସେ ହୁଅଇ l୨l
ବେଳେ ବେଳେ ବନ୍ଧୁ ସବୁ ପ୍ରଚେଷ୍ଟା ତ
ହୋଇ ଯାଏ ଅକାରଣ
ସ୍ୱାର୍ଥନ୍ୱେଷୀ ହେଲେ ବିବେକ ଯେ ପୋଡେ
କରେ ଦୁଷ୍ଟ ଆଚରଣ l୩l
ବୁଦ୍ଧ ପିତା ମାତା ହତାଦର କରେ
ଜରାଶ୍ରମେ ନେଇ ଛାଡେ
ଭାଇ ଭଉଣୀକୁ ସ୍ନେହ ଉଣା କରେ
ଅଣ୍ଟିରୁ ଧନ ନ କାଢ଼େ l୪l
ମନ୍ଦକୁ ସୁମରି ଭଲ ନ ଛାଡ଼ିବା
କରୁଥିବା ନିଜ କାମ
ମଣିଷ ଗଛ ଯେ ସମାଜ ପାଇଁକି
ବିକାଶର ପଥ ସମ l୫l
ସତ୍ୟ ଧର୍ମ ନ୍ୟlୟେ ଚନ୍ଦ୍ର ସୂର୍ଯ୍ୟ ତାରl
ହୋଇ ଥାନ୍ତି ଆତ ଯାତ
ଭଗବାନ ସାହା ସତ୍ୟରେ ହୁଅନ୍ତି
ବିକଳ୍ପରେ ନୁହେଁ ପଥ l୬l
ସତ୍ୟ ପଥେ ଆମେ ନିତି ଚାଲୁଥିବା
ଗୁରୁ ଜନେ ଶ୍ରଦ୍ଧା ଭକ୍ତି
ଲଘୁ ଜନଙ୍କୁ ଯେ ସ୍ନେହ ପ୍ରୀତି ଦେଇ
ମାର୍ଜିତ କରିବା ସ୍ଥିତି l୭l
ମଣିଷ ଗଛ ତ ସବୁଠୁ ଉନ୍ନତ
କୃତଜ୍ଞତା ଦେବା ଭରି
ନିଃସ୍ୱାର୍ଥ ପ୍ରେମରେ ପରୋପକାରରେ
ଯଶଖ୍ୟାତି ଯିବ ପୁରି l8 l
ମଣିଷ ଗଛ ତ ସମସ୍ତେ ଲଗାଅ
ଆଶା ରଖ ନାହିଁ କିଛି
ସୁ ମଣିଷ କିଛି ନିଶ୍ଚୟ ହୋଇବେ
ଅନ୍ଧକାର ଦେବେ ପୋଛି l୯l
ଏ ମଣିଷ ଗଛ ମର୍ତ୍ତ୍ୟର ସୁଷମା
ସ୍ୱାସ୍ଥ୍ୟବାନ ହେବ ପରା
ଖାଦ୍ୟ ସାର ଦେଇ ଯତନେ ପାଳିବା
ହସିବ ଏ ମର୍ତ୍ତ୍ୟ ଧରା l୧୦l
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ବବରଙ୍ଗପୁର




0 Comments