କୁନୁ ଭାରି ଗରିବ ପିଲାଟେ । ୫ମ ଶ୍ରେଣୀରେ ପଢେ ।ତା ମା' ଅନ୍ୟ ଘରେ ପାଇଟି କରି ଯାହା ରୋଜଗାର କରେ ସେଥିରେ ଘର ଚଳାଏ ।ବାପା ଜନମରୁ ଦେଖିନାହିଁ ।
ଭଲ ପଢେ ।ହେଲେ ରଞ୍ଜିତ ଆଉ ତା' ସାଙ୍ଗମାନେ ତାକୁ ଭଲ ପା'ନ୍ତିନି ।ଟାହି ଟାପରା କରନ୍ତି ।ଗାଳି ଦିଅନ୍ତି ।
ରଞ୍ଜିତ ବଡ଼ ଘର ପୁଅ ।ସ୍କୁଲ୍ କୁ ସର୍ବଦା ବାପା ସଂଗେ କାର ରେ ଆସେ ଯାଏ ।ଟିଫିନ ଆଣେ ପଇସା ବହୁତ ଆଣେ ।ସାଙ୍ଗ ମାନଙ୍କ ସାଙ୍ଗେ ବୁଲେ ମଉଜ ମଜଲିସ କରେ ।
କିନ୍ତୁ ବିଚରା କୁନୁ ସ୍କୁଲ୍ ଆସେ ଓ ପଢ଼ିସାରି ଘରକୁ ଫେରିଯାଏ ଓ ଛୋଟ ମୋଟ କାମ କରେ । ଯେପରିକି ବାଡ଼ିରେ ଚାଷ ପନିପରିବା, ଗଛ ଲଗେଇବା ଇତ୍ୟାଦି ।
ବେକେ ବେଳେ ସ୍କୁଲରେ ବି ଗଛ ଲଗାଇ ବହୁତ ପୁରସ୍କାର ପାଏ ।ଛୁଟିଦିନ ରାସ୍ତାକଡେ ଗଛ ଲଗାଏ । ପୋଖରୀରୁ ମାଛ ଧରି ଘରେ ଖାଇବାକୁ ଆଣେ ।ବିଚରା ବହୁତ ପରିଶ୍ରମିଟିଏ ।
ରଞ୍ଜିତର ସାଙ୍ଗ ମାନେ କେହିବି କାମ କିଛି କରନ୍ତିନି ।ଖାଲି ବଡ଼ ବାପର ଅରାଜିଲା ଧନ ଖାଇ ଉଡାନ୍ତି ।
ଦିନକର କଥା ଛୁଟିଦିନ ଥାଏ ।ସବୁ ପିଲା ଖେଳୁଥାନ୍ତି ।ବରଷା ଝିପି ଝିପି ହୋଇ ଛାଡିଯାଇଥାଏ ।କୁନୁ ନିଜେ ଗାତ ଖୋଳି ପୋଖରୀ ପାଖେ ଗଛ ଲାଗେଇବାରେ ବ୍ୟସ୍ତ ।
ରଂଜିତର ସାନ ଭାଇ ମଂଜିତ ବି ଭାରି ବାଳୁଙ୍ଗା ।କାହା କଥା ମାନେନି । ସମସ୍ତେ ଖେଳିବା ସମୟରେ ମଂଜିତ ଏକୁଟିଆ ପୋଖରୀ ହୁଡାରେ ଥିବା ପିଜୁଳି ଗଛରେ ଚଢ଼ିଗଲା ।କୁନୁ ମନା ବି କରୁଥାଏ ଗଛ ଚଢ଼ିବାକୁ ।କଥା ନ'ମାନି ଚଢ଼ିଲା ।ପିଜୁଳି ଖାଉଥାଏ ହାତଥ୍ ତା ଗୋଡ଼ ଖସିଗଲାରୁ ତଳେ ଥିବା ପୋଖରୀରେ ପଡିଗଲା ।
ପାଖରେ କିଏ ବି ନାହାନ୍ତି ।ମଂଜିତ ପାଟିକରୁଥାଏ ,
"ବଞ୍ଚାଅ ..ବଞ୍ଚାଅ "
ସମସ୍ତେ ପାଟି ଶୁଣି ଧାଇଁ ଆସିଲେ ପୋଖରୀ କୂଳକୁ ।କିନ୍ତୁ ପହଁରା କାହାକୁ ଜଣା ନାହିଁ।ପାଣିକୁ ଡେଇଁ ମଂଜିତକୁ ବଞ୍ଚେଇବାକୁ କାହାର ସାହାସ ପାଉନଥାଏ ।ମଂଜିତ ପାଣିରେ ବୁଡିଯାଉଥାଏ ।
ଠିକ୍ ଏତିକିବେଳେ କିଏ ଜଣେ ଭୁସ୍ କିନି ପାଣିକୁ ମାରିଲା ଡିଆଁ ।ପହଁରି ଯାଇ ମଂଜିତକୁ ଟାଣି ଟାଣି କୂଳକୁ ଆଣିପକେଇଲା ।ମଂଜିତ ପେଟେ ପାଣି ପିଇ ଦେଇଥିଲା ।
ସାଙ୍ଗେ ସାଙ୍ଗେ କୁନୁ ମଂଜିତର ପେଟକୁ ଚାପି ଦେବାରୁ ପାଟି ଆଡୁ ପାଣି ସବୁ ବାନ୍ତି କରି ପକେଇଲା ମଂଜିତ । କିଛି କ୍ଷଣ ପରେ ମଂଜିତର ଚେତା ଫେରିଲା ।
ରଂଜିତର ଆଖିକୁ ଵିଶ୍ଵାସ ହେଉ ନଥାଏ ।
"ଯେଉଁ ପିଲାକୁ ସେ ଜୀବନରେ ସବୁଠୁ ବେଶି ଘୃଣା କରେ ମାଡ଼ ,ଗାଳି ଦଉଥିଲା, ଟାହି ଟାପରା କରୁଥିଲା ଛୋଟ,ଗରିବ ଭାବୁଥିଲା ସେ ଆଜି ତା ସାନ ଭାଇର ଜୀବନ ବଞ୍ଚେଇଦେଲା ।"
ସେ ପିଲାଟି ଆଉ କେହି ନୁହଁ ।ଗରିବ କୁନୁ ହିଁ ଥିଲା ।ସାଙ୍ଗେ ସାଙ୍ଗେ ରଞ୍ଜିତ କୁନୁକୁ କୁଣ୍ଢେଇ ପକେଇ କାନ୍ଦି ପକେଇଲା ।
"ମତେ କ୍ଷମା କରିଦେ କୁନୁ କହିଲା" ରଞ୍ଜିତ ।
ଭେଁ...ଭେଁ...ହେଇ ରଞ୍ଜିତ କାନ୍ଦୁଥାଏ ।କୁନୁ ତାକୁ ସାନ୍ତ୍ୱନା ଦେଉଥାଏ ।
ଶେଷରେ ରଞ୍ଜିତ ଆଉ ତା' ସାଂଗ ମାନେ ସବୁ ଭୁଲ ହୃଦୟଙ୍ଗମ କରି ପାରିଲେ ।
ସେଇଥି ପାଇଁ ଦୁନିଆରେ ଧନୀ,ଗରିବ ସମସ୍ତେ ସମାନ ମଣିଷ ଅଟନ୍ତି ।କେବେ କାହାକୁ ଘୃଣା କରିବା ଅନୁଚିତ୍ ।ଦିନେନା ଦିନେ ସମସ୍ତେ ସମସ୍ତଙ୍କର କାମରେ ଆସିଥାନ୍ତି । ତେଣୁ ସଂସାରରେ କାହାକୁ ସାନ ଭାବିବା କଥା ନୁହେଁ ।
ତାପରେ ରଞ୍ଜିତ ଆଉ କୁନୁ ଭଲ ସାଙ୍ଗ ହୋଇ ରହିଲେ ।
ତପନ କୁମାର ଦାଶ୍
ଶିକ୍ଷକ,କେସିଙ୍ଗା,କଳାହାଣ୍ଡି
୯୪୩୮୪୧୫୯୫୫




0 Comments