ଦକ୍ଷିଣାୟନ ର ବିସର୍ଗ କାଳ
ଋତୁ ଦ୍ଵିତୀୟ ସେ ଶରତ ବେଳ
ନଦୀ ନାଳ ନୀଳ ନିର୍ମଳ ଜଳ
କଳକଳ ତାର ମଧୁର ରାଗରେ
ବସୁଧା ହୋଇଛି ଶସ୍ୟ ଶ୍ୟାମଳ
ଶ୍ଵେତ କାଶ ତଣ୍ଡି ସବୁଜ କ୍ଷେତେ
ନୀଳ ନଭ ପୂର୍ଣ୍ଣ ଶୁଭ୍ର ବଉଦେ
ଚକମକ ଆଭା ସଂସାର ସାରା
ଦେଖ ବସୁନ୍ଧରା ସଜେଇ ହୋଇଛି
ନବ ବଧୁ ଓଠେ ହସର ଧାରା
ତୋଫା ଝଡା ଫୁଲ ଶୀଙ୍ଗଡାହାର
ରଙ୍ଗଣି ଫୁଲର ଜମେ ଆସର
ଜହ୍ନି ଫୁଲ ଦିଶେ କି ମନୋହର
ଜହ୍ନି ଓଷା ପାଳି କୁଆଁରୀ କନ୍ୟାଏ
ପୂଜା କରିଥାନ୍ତି ଦେବୀ ପୟର
ମୁକ୍ତ ଆକାଶରେ ଜାଯୁଲ୍ୟମାନ
ନିୟୁତ ଯ୍ୟୋତିଷ୍କ ପୁଷ୍ପ ସମାନ
ପୂର୍ଣ୍ଣ ଶଶି ଯହିଁ ଝଲସି ଥାନ୍ତି
ପ୍ରେମିକା ମନରେ ଆଶାର ଜୁଆରେ
ପ୍ରେମିକ ପଣରେ ପୂଜା ପାଆନ୍ତି
ଉତ୍ସବ ମୁଖର ଗାଆଁ ହୁଅଇ
ଘଣ୍ଟ ଘଣ୍ଟା ଶଦ୍ଦେ ଉଚ୍ଛୁଳା ହୋଇ
ମନ୍ଦିର ପ୍ରାଙ୍ଗଣେ ଝୁଣାର ଧୂଆଁ
କାଶତଣ୍ଡି ଫୁଲ ଚାମର ସ୍ପର୍ଶରେ
ଧରାବତରଣ କରନ୍ତି ମାଆ
କୁମାରୋତ୍ସବ ରେ ନବ ବସନ
ନବ ପରିହିତା କୁଆଁରୀ ମନ
ନବରାତ୍ର ପୂଜା ହୁଳହୁଳୀରେ
ମହିଷା ମର୍ଦ୍ଦିନୀ ବିଜେ ହୋଇଛନ୍ତି
ଶରତ ଆସିଛି ମରତ ପୁରେ...।।
ରାଇରଞ୍ଜନ ନନ୍ଦ
ପୋଲସରା ଗଞ୍ଜାମ




0 Comments