ସବିତା ଙ୍କ ଆଗମନି ବାର୍ତ୍ତା...
ଭୋର ସମୟର ଶୀତଳତା...
ଝିଙ୍ଗାରୀ ର ଝିଙ୍ ଝିଙ୍ କବିତା..
ପଡୋଶୀ ପ୍ରକୋଷ୍ଠୁ ଓଁକାରସରିତା
ପରିବେଶକୁ ସୁନ୍ଦର କରିତା !!
ଶୁଭ ସକାଳ ର ଆଗମନେ.
ଚଳଚଞ୍ଚଳ ସକଳ ପ୍ରାଣୀଜନେ..
ପକ୍ଷୀଙ୍କ ସୁମଧୁର ଆତ୍ମ ସ୍ଵନେ..
ମୁଖରିତ ସାରା ଗଗନ ପବନେ
ସ୍ୱାଗତ ସମାରୋହ ଉଦଘାଟନେ !!
ନାନା ପ୍ରକାରେ ପୁଷ୍ପ ରାଜି...
ବାସ ଚହଟାଇ ସାରା ରାଜ୍ୟେ..
ସୁଗନ୍ଧିତ ପରିବେଶ ରୂପ ସାଜେ
ପରିମଳ ବାତାବରଣ ମନମଜେ
ଶୀତଳ ମଳୟ ପ୍ରଭୁ ବିରାଜେ !!
ଦୂର କାରଖାନା ରୁ ପୁଙ୍ଗା ଧ୍ୱନି...
ଦିଏ ସକାଳ ସମୟର ଚେତାବନୀ
କର୍ମ ତତ୍ପର ଜୀବନର ଆବାହନି...
ଭୁଲି ଗତକାଲି ର ପରିଶାନି..
ଶ୍ରମିକ ବାହାରିଲେ ଭାଗ୍ୟ ନିର୍ମାଣି !!
ଶୁଭ ମନନ, ଶୁଭ ଚିନ୍ତନ ର ଶ୍ରୀଶୁଭ..
ପ୍ରଭାତ ସମୟରେ ଅନୁକୂଳ ଶୁଭ..
ଶୁଭସ୍ୟ ଶୀଘ୍ରମ୍ ମହା ବୈଭବ...
ସାରାଦିନ ବିତେ ଶୁଭାନନ୍ଦ ଭବ..
ସର୍ବଦା ରଖିଥିବୁ ପ୍ରଭୁ ପଦେ ଭାବ !!
151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର - 440014
8275533780



0 Comments