ଶରତ ଋତୁ ର ଆଗମନେ
ମା' ଙ୍କ ଆଗମନ ହୁଏ..
ଶରତ ଋତୁ ରେ ନଈ କୂଳ ରେ
କାଶତଣ୍ଡି ସଜେଇ ହୁଏ..।
ଶୁଭ୍ର ବର୍ଣ୍ଣ ରେ ଧରଣୀ ସାଜୁ ଥାଏ
ସତେ ଅବା ,ବରଫ ଚାଦର . ..
ଘୋଡେଇ ହୋଇଛି..
ସୁଲୁସୁଲିଆ ପବନରେ..
ଲାଗେ ସତେ..କାଶତଣ୍ଡି
ଦୋଳି ଖେଳୁଛି..।
ଶରତ ଋତୁରେ ମା ଦୁର୍ଗାଙ୍କ ଆବିର୍ଭାବ
ଧରା ପୃଷ୍ଠରୁ ପାପ ମୁକ୍ତ କରିବା ପାଇଁ
ମା ଧରା ଧାମ କୁ ଓହ୍ଲେଇ ଆସିଛନ୍ତି
ଖୁସିର ପସରା ନେଇ..।
ଚାରିଆଡେ ଝକମକ ଆଲୋକ ମାଳା
ସୁସଜ୍ଜିତ ପୂଜା ମଣ୍ଡପରେ
ମା'ବିଜେ କରି ସୁନ୍ଦର ଦିଶୁଥାଏ
ନାନା ପ୍ରକାର ଅଳଙ୍କାରେ..।
ଚାରିଆଡେ ଗହଳି ଚହଳି..
ପୂଜା ପଡ଼ିଆରେ ସାଙ୍ଗସାଥୀ ଙ୍କ ଭିଡ଼ ଜମେ
ଘଣ୍ଟ ଘଣ୍ଟା ରେ ମନ୍ତ୍ର ଧୋନୀରେ
କିଏ ନାଚେ ତ ପୁଣି କିଏ ଝୁମେ
ଚାରି ଆଡ଼େ ଶୁଭେ ଢୋଲ ବାଜା..
ପାର୍ବଣ ର ସାଜସଜ୍ଜା ରେ
ଶାରଦୀୟ ଦୁର୍ଗା ପୂଜା..
ଶରତ ଋତୁ ହସୁଥାଏ ମା' ଦଶ ଭୁଜାଙ୍କ
ଆଗମନରେ...।।
ସ୍ୱପ୍ନାବତୀ ବେହେରା
ରାଜକନିକା, କେନ୍ଦ୍ରାପଡା




0 Comments