ବର୍ଷାଋତୁ(ରାମକେରୀ ଛନ୍ଦ) - ହିମାନ୍ଦ୍ରୀ ମହାନ୍ତ




 

ଖଣ୍ଡ ଖଣ୍ଡ ମେଘମାଳା ରେ

                ସଜ ହୁଏ ଆକାଶ 

ରୌଦ୍ର ର ତାପ କୁ ବିନାଶି

                ବର୍ଷା ହେଲା ପ୍ରବେଶ   ।0।

ବର୍ଷାର ପ୍ରଥମ ସ୍ପର୍ଶ ରେ

              ଧରା ଉଠଇ ହସି

ଚହଲା ବାଦଲ ସାଥିରେ 

              ମନ ଯାଉଛି ଭାସି । ୧।

ମୂଷଳ ଧାରା ରେ ବରଷା 

              କେବେ ଯାଏ ବରଷି

ବିଜୁଳି ଚମକି ଗଗନ

              ପୁଣି ଉଠେ ଝଲସି  ।୨।

ଝିପି ଝିପି ଟୋପା ବରଷା

              ପୁଣି ମନ କୁ ମୋହେ

ଇନ୍ଦ୍ରଧନୁ ସାତ ରଙ୍ଗ ରେ

              ନଭ ଘୋଡେଇ ହୁଏ  ।୩।

କଳାମେଘ ସାଥେ ମୟୂର

              ଦେଖ କରଇ ନୃତ୍ୟ

ବରଷା ର ଆଶେ ଚାତକ

              ହୃଦ କରଇ ତୃପ୍ତ । ୪।

କାଶତଣ୍ଡୀ ଫୁଲ ଭାର ରେ

             ଧରା ସଜେଇ ହୁଏ

ନବବଧୂ ପ୍ରାୟେ ଧରଣୀ

            ଲାଜେ ଲାଜେଇ ଯାଏ  ।୫।

ଚାଷୀ ପୁଅ ମନ ଆନନ୍ଦେ 

           କ୍ଷେତେ ଲଙ୍ଗଳ ନିଏ

ଶସ୍ୟ ଉପୁଜାଇ ସଭିଙ୍କ 

           ମୁଖେ ଆହାର ଦିଏ  ।୬।

ବରଷା ଋତୁ ଟି ଅଟଇ

            ଭାରି ମଙ୍ଗଳକାରୀ

ଜଗତ ପାଳନ କରଇ

            ଦେଇ ଶସ୍ୟ ସାମଗ୍ରୀ ।୭।


ହିମାନ୍ଦ୍ରୀ ମହାନ୍ତ

କେନ୍ଦୁଝର

Post a Comment

0 Comments