ଆସିଥିଲ ତୁମେ ନିଦ୍ରା ଯିବା ପରେ
ଭଙ୍ଗା ସ୍ବପ୍ନଗୁଡ଼ିକରେ,
ସଜାଡ଼ି ଯେ ଦେଲ ଥାକ-ଥାକ କରି
ଗୋଟେ ସରଳରେଖାରେ।୧।
ଦେଖିଲି ମୁଁ ସେହି ପ୍ରଣୟ ବଗିଚ଼ା
ଫୁଟୁଥିଲେ ମଲ୍ଲୀ, ଚମ୍ପା,
ହାତ ଧରି ମୋର ଟାଣି ନେଉଥିଲେ
ପଚ଼ାରୁଥିଲି ମୁଁ କିମ୍ପା।୨।
କିଛି ନକହିଣ ଆସିଲ ପାଖକୁ
ପ୍ରୀତି-ଅମୀୟ ଦେବାକୁ,
ଶିହରଣ ଖେଳେ ଇଚ୍ଛାହୁଏ ମୋର
ଗୋରାଦେହ ଛୁଇଁବାକୁ।୩।
ଦେଖୁଥିଲି ମୁହିଁ ପାହାନ୍ତିଆ ସ୍ବପ୍ନ
କବାଟ କେ ବାଡ଼େଇଲା,
ସ୍ବପ୍ନ ସରିଗଲା ନିଦ ଭାଙ୍ଗିଗଲା
କୋଇଲି ଗୀତ ଗାଇଲା।୪।
ନୟାପଲ୍ଲୀ, ଭୁବନେଶ୍ବର
ମୋ- ୯୮୬୧୭୦୧୭୧୪




2 Comments
Just mind blowing don't need to explain these thiks in my words it's just amazing
ReplyDeleteHeartily thanks for your valuable comment.
ReplyDelete