ହେ ଜଗନ୍ନାଥ - ଲିପି ପୃଷ୍ଟି




କେତକୀ ଫୁଲରେ ଶରଧା ତୋର,

କଳା ରଙ୍ଗରେ ତୁ କେଡେ ସୁନ୍ଦର ରେ...

ଖଣ୍ଡ ସାକାର ମିଶା ପଣା,

ଖାଉଥିଲୁ ତୁ ଆଟିକା କରି କଣା ରେ...

ଗଗନରେ ଉଡୁଛି ପତିତପାବନ ବାନା,

ଗହନ କୁଞ୍ଜବନ ଅଧା ତୋ ପାଇଁ ରେ...

ଘର ପରା ତୋର ଶ୍ରୀ ମନ୍ଦିର,

ଘରଣୀ ତୋ ଦିବ୍ୟ ସୁନ୍ଦର ରେ...

ନଳିନୀ ଫୁଲକୁ ଦେଖି ମନ ମୋହିଲା,

ନିନ୍ଦା ଅପବାଦେ ଘର ଛାଡ଼ିଲା ରେ...

ଚକା ଆଖିରେ କି କିମିଆ ଅଛି,

ଚକା ଆଖି ତୋ ସବୁ ଦେଖୁଛି ରେ....

ଛତା ଖଣ୍ଡିଏ ହାତରେ ଧରି,

ଛତର ବୁଲିଲ ଆହେ ମୁରାରୀ ରେ....

ଜମାଳାର୍ଯୁନଙ୍କୁ ମୁକ୍ତି ଦେଇ,

ଜଗତର କର୍ତ୍ତା ବୋଲାଇଲୁ ତୁହି ରେ....

ଝରାଇଲେ ଲୁହ ଯଶୋଦା ନନ୍ଦ,

ଝୁରାଇଦେଲୁ ତାଙ୍କୁ ତୁ ଗୋବିନ୍ଦ ରେ...

ନ ଦେଖି ତତେ ହୋଇଗଲେ ଝୀନ,

ନୟନ ହୋଇଗଲା ଲୋତକ ପୂର୍ଣ୍ଣ ରେ...

ଟାଣ ଭାଙ୍ଗିଲା ମଦନ,

ଟଳି ପଡ଼ିଅଛି ଜୀବନ ରେ...

ଠାକୁର ତୁ ନନ୍ଦ ଦୁଲାଳ,

ଠାଠୀକେ ସୁନ୍ଦର ମୟୂର ଚୂଳ ରେ...

ଡୋଲେ ମୁଁ ତତେ ଦେଖିଲା ଦିନୁ,

ଡିଙ୍ଗର ନାସିକା ସେ ଫୁଲ ଧନୁ ରେ...

ଢାଳେ ମୁଁ ହେଲି ନିରାଶା,

ଢଳେ ବିହି କଲ ଭଗାରି ହସା ରେ...

ନିୟମ କରି କହୁଛି,

ନ ରହିବ ଜୀବ ତତେ ନ ଦେଖି ରେ...

ତୋ ବିନୁ ନାହିଁ କେ ମୋ ଭରସା,

ତନୁ ମନ ମୋର ତୁ ହି ଆଶା ରେ....

ଥୟ ହେଉନାହିଁ ମୋର ମନ,

ଶୁଣିଦେଲେ ଥରେ ତୋର ବଂଶୀ ସ୍ୱନ ରେ....

ଦୟା ସାଗର ହୋଇ ନିର୍ଦ୍ଦୟ,

ଦିନକୁ ମୋର ଦେଲ ବିଦାୟ ରେ...

ଧର୍ମକୁ ଚାହିଁଲିନି ତତେ ଚାହିଁ,

ଧୀରେ ଖୋଜିଲେ ପାଇବି କାହିଁ ରେ...

ନାଗାର୍ଜୁନ ବେଶ ପଞ୍ଚୁକ ଛ' ଦିନରେ,

ନୟନ ମୋ ପବିତ୍ର ସଧୀରେ ରେ...

ପାପର ପ୍ରାୟଶ୍ଚିତ ହୁଏ,

ପାପୀର କ୍ଷମା ମଦିରା ଦିଏ ରେ...

ଫୁଲର ଟାହିଆରେ ତୋର ଶ୍ରୀ ବଦନ,

ଫୁଲରେ ସଜ୍ଜା ତୁ ହରି ଚନ୍ଦନ ରେ...

ବିଜୟ କରୁଛ ଜଗନ୍ମୋହନ,

ବାଇଶି ପାହାଚରେ ଖେଳିବ କି ମୀନ ରେ...

ଭାବ ବିନୋଦିଆ ତୁ ହୋଇଲୁ ଭୋଳ,

ଭାବନ୍ତି ତତେ ନନ୍ଦ ଯଶୋଦା କୁଳ ରେ...

ମନ ସରୋବରେ ଖେଳୁଛି ହଂସ,

ମାୟାରେ ବାନ୍ଧୁଛି ପ୍ରେମ ଫାଶ ରେ...

ଯାଅ ଯାଅ ସଖୀ କୁଞ୍ଜବନକୁ,

ଯଦୁ ଚନ୍ଦ୍ରରୂପ ମୋ ପ୍ରାଣଧନକୁ ରେ...

ରଥ ଯାତ୍ରା ତୋର ବିଶ୍ଵ ପ୍ରସିଦ୍ଧ,

ରଥେ ବସିଅଛ ହୋଇ ଆବଦ୍ଧ ରେ...

ଲକ୍ଷ୍ମୀପତି ଆହେ ଲାବାଣ୍ୟନିଧି,

ଲୀଳାରେ ତୋର ହୁଏ ସର୍ବସିଦ୍ଧି ରେ... 

ସଂସାର ରଥର ତୁ ସାରଥୀ,

ସସାଗରା ତୁହି ମହାଭାଗିରଥି ରେ...

ଶୀତଳଆ ଦେବୀ ଜଗିଛି ତୋ ସୁନା କୂଅକୁ,

ଶ୍ରୀ ପଦେ ରଖି ମନ ଚିତ୍ତକୁ ରେ...

ଷୋଳ ଆୟୁଧରେ ନାଗାର୍ଜୁନ ବେଶ,

ଷଷ୍ଠ ଦିନ ପଞ୍ଚୁକରେ ହୁଏ ପ୍ରବେଶ ରେ...

ହରି ବୋଇଲେ ମୋ ପ୍ରାଣ ମିତଣୀ,

ହରିଣୀ ନୟନେ ମୋ ପାଟରାଣୀ ରେ...

କ୍ଷଣେ ବିଳମ୍ବ ନ କର ନନ୍ଦ କୁମର,

କ୍ଷମା କର ଏ ସାରା ସଂସାର ରେ...

ଲୀଳା ତୋର ଯିଏ ବୁଝିବ,

ଲକ୍ଷେ ପାପରୁ ସିଏ ମୁକ୍ତି ପାଇବ ରେ...।।



ଭଟିମୁଣ୍ଡା, କଟକ

Post a Comment

0 Comments