ଦିବାଲୋକର ଚହଟ ଚିକ୍କଣ ରଶ୍ମି
ସବୁଆଡେ ଛିଟିକି ପଡୁଥିଲା
ଗାଁ ଗଣ୍ଡା ସହରବଜାର ସବୁକିଛି
ଚଳଚଞ୍ଚଳ ହୋଇ ଉଠୁଥିଲା ।
ଯୌବନର ପ୍ରଥମ ପାହାଚ ଚଢି
ନିର୍ଭୟା ସେ ଦିନ ଭୟରେ ଥିଲା
ତାକୁ ବଜାର କରିବାର ଅଛି
ତା ଘର ପାଇଁ କିଛି ଜିନିଷ ଦରକାର ଥିଲା ।
ତା ମନ ଭିତରେ କେତେନା କେତେ
ମାଧବୀଲତା, ବେବିନା ଉଙ୍କି ଉଠୁଥିଲା
ଗୋଟିଗୋଟି ହୋଇ ସବୁ ଘଟଣା
ତା ଆଗରେ ନାଚିନାଚି ଯାଉଥିଲା ।
ଯେତେ ଜନଗହଳି ଥିଲେ ବି
ମନେମନେ ସେ ଭୟ କରୁଥିଲା
କାହିଁକି ନା ଆମ ସମାଜ ଭିତରେ
ଦି ଗୋଡିଆ ରାକ୍ଷସ ର ଅଭାବ ନଥିଲା ।
କେମିତି ସାହସ କରି ଯିବ ସେ
କେବଳ ସେଇକଥା ଭାବୁଥିଲା
ସୁରକ୍ଷାଦାତା ତ ଭଦ୍ରମୁଖା ପିନ୍ଧା
ଚୋରଠୁ ବଳି ଯାଉଥିଲା ।
ତଥାପି ସେ ସାହାସ ଜୁଟାଇ
ଆଜି ବଜାର କରିବାକୁ ଗଲା
ତା ପରି ଅନେକ ନାରୀଙ୍କୁ ଆମ ସମାଜ
ସବୁେବେଳେ ଭୟରେ ଥରାଉଥିଲା ।
ବ୍ରହ୍ମପୁରା, ବାଙ୍କୀ, କଟକ
୭୫୪୦୦୮




0 Comments