ସତରେ କଣ କଢିରୁ ଫୁଲ
ଫୁଲରୁ ଫଳରେ ପରିଣତ ହେବା ପାଇଁ
ରହିଥାଏ ସମୟର ନିର୍ଦ୍ଧିଷ୍ଟତା ର୍ନିଘଣ୍ଟ.......
ମାତ୍ରୁତ୍ୱର ମହାସୁଖ
ଦଶମାସ ଦଶଦିନ
ନିଜ ଦେହର ଖାଦ୍ୟ ପାଣି ପବନକୁ ଦୁଇଭାଗ
ଯନ୍ତ୍ରଣା ଜର୍ଜରିତ ଖାଲି ପେଟରେ
ଧର୍ମଗ୍ରନ୍ଥ ଗୀତା ଭାଗବତର
ପବିତ୍ର ଶ୍ଳୋକକୁ
ନିଜ ଦେହର ରକ୍ତ ସହିତ
ଫେଣ୍ଟି ଫାଣ୍ଟି ଏକାକାର କରିଦେଇ
ବିଶ୍ୱାସର ପ୍ରତିମୂର୍ତ୍ତିଟିଏ ଗଢିଦିଏ
କେଉଁ ଗୋଟେ ନିର୍ଦ୍ଧିଷ୍ଟତାର ମୁହୂର୍ତ୍ତ ଭିତରେ.....
ସମୟତ ସମ୍ପର୍କ ତିଆରି କରେ
ସମ୍ପର୍କ ତିଆରି କରେ
ବିଶ୍ୱାସର ତାଳ ପତ୍ରର ଜାତକ
ସେ ଜାତକରେ କାଳେ ଲେଖାଥାଏ
ଚକ୍ରାନ୍ତକାରୀ ମଣିଷର ଚକ୍ରବ୍ୟୁହ....
କେବେ ସେ ଚକ୍ରବ୍ୟୁହକୁ
ଚକ୍ରୀପରି ମଣିଷ ମାନବିକତାରେ ଘୂରାଏତ
କେବେ ନିଜେ ସାଜେ ଚକ୍ରବ୍ୟୁହର ଅଭିମନ୍ୟୁ
କେବେ ଚର୍ତ୍ତୁପାର୍ଶ୍ୱକୁ ହସାଏତ
କେବେ ଫସାଏ
ପୁଣି କେବେ ଆତ୍ମା ସହ ପରମାତ୍ମାକୁ
ସଂଯୋଗୀ ଥାଏ
ତା ପାପ ପୁଣ୍ୟର ଭିଡ ଭିତରେ......
ପ୍ରତିମୁହୂର୍ତ୍ତ ମନର ମୋହକୁ
କଚାଡୁ ଥାଏ
କେଉଁ ଗୋଟେ ଅଦ୍ରୁଶ୍ୟ ଶକ୍ତି
ହାତଧରି ବତାଇ ଦେଇଥାଏ
ତୋ ରାସ୍ତା ସୂର୍ଯ୍ୟୋଦୟ ନୁହେଁ
ସୂର୍ଯ୍ୟାସ୍ତର ଚରମ ପରିଣତି....।।
ସାହାସପୁର (ତୁରଙ୍ଗ ), ବାଟିଯୋଡା
ଜେନାପୁର, ଯାଜପୁର




2 Comments
ବହୁତ ସୁନ୍ଦରଲାଗିଲା କବିତା
ReplyDeleteଆପଣଙ୍କ ମୂଲ୍ୟବାନ ମତାମତ ପାଇଁ ଧନ୍ୟବାଦ ଜଣାଉଛି ପରିବାର ।
Delete