ସ୍ମିତା ଓ ସ୍ମୃତି - ମନୀଷା ବିଶ୍ୱାଳ




ରାତି ସାରା ଏକ ପାଣିଚିଆ ନିଦ

କଡ଼ ଲେଉଟିଲା ବେଳକୁ

ଅଧା ରହିଗଲା ମଲା ଜହ୍ନର ସ୍ବପ୍ନ


ସକାଳେ ଅଗଣା ସାରା

ଖୋଜି ଆସିଲି ତୁମକୁ, ତୁମ ପ୍ରେମର ଡେଣାକୁ

ହେଲେ ନଈ ପାଖ ମସାଣିରୁ

ଧୂଆଁ ଉଠୁଥିଲା ଜଳିଯାଉଥିବା

ଆମ ହାତ ତିଆରି ଚଢେଇର


ବାଲିଘଡିର ବାଲି କଣା ପରି

ଆସ୍ତେ ଆସ୍ତେ ଖସୁଥିଲି ମୁଁ

ମୋ ବିଶ୍ୱାସ ମୋ ଭରସା

ମୋ ବଞ୍ଚି ରହିବାର ରାହା 


ଅନେକ ପାଖରୁ ପରଖୁଥିଲି ସମ୍ପର୍କକୁ

ସମ୍ପର୍କ ବି ଶତରଂଜର ଚାଲ ଖେଳେ

ତାରି ଉପର ଅଳନ୍ଧୁ ଝାଡୁ ଝାଡୁ

ମୁଁ ନିଜେ ଏବେ ଡଷ୍ଟବିନର କାଗଜଠୁଙ୍କା


ଧୀରେ ଧୀରେ ମୁଣ୍ଡ ଟୁଙ୍ଗାରୁଚି

ପାଚେରୀ ଆରପଟ ଅପେକ୍ଷା

ଏବେ କେବଳ ମୁଁ ଯାହା ବଞ୍ଚଉଛି 

ସ୍ମିତା କୁ  କେଇ ମୁଠା ସ୍ମୃତି ହେବାରୁ ।


ଖୋର୍ଦ୍ଧା


Post a Comment

2 Comments