ଜଗତର ନାଥ ଆହେ ଜଗନ୍ନାଥ
ସକାଳ ପ୍ରଣତି ଘେନ
କାହିଁକି ନିଷ୍ଠୁର କାଳିଆ ଠାକୁର
ନ କରହେ ଅଭିମାନ।
ମୁହିଁ ମୃଢମତି ଜାଣେନା ଭକତି
ଶରଣ ଗଲି ପୟରେ
ଜଗତକୁ ଦେଖି ଆହେ ଚକାଆଖି
କୃପାଦୃଷ୍ଟି ହେଉ ଥରେ।
ତୁମେ ସୃଷ୍ଟିକର୍ତ୍ତା ମୋ ଭାଗ୍ଯବିଧାତା
କରୁଅଛି ଏହି ଅଳି
ଜଗତର କଷ୍ଟ ଫେଡହେ ଶଙ୍କଟ
ଆହେପ୍ରଭୁ ବନମାଳୀ।
ଦୁଃଖିର ଡାକକୁ ଶୁଣ କର୍ଣ୍ଣଡେରି
ଦିଅପ୍ରଭୁ କୃପାଦୃଷ୍ଟି
ଦୁଃଖିର ଆଖିରୁ ଲୁହ ପୋଛିଦେଲେ
ହସିବ ସୁନ୍ଦର ସୃଷ୍ଟି।
ରୋଗ ଶୋକ ବ୍ଯାଧି ହରିନେଇ ପ୍ରଭୁ
ଜଗତକୁ କର ଶାନ୍ତି
ତୁମରି ନାମକୁ ତୁଣ୍ଡେ ଜପି ଭକ୍ତ
ସଂସାରୁ ପାଇବେ ମୁକ୍ତି।
ଆହେ ଦୟାମୟ କ୍ଷମାର ସାଗର
କ୍ଷମାକର ସର୍ବ ଦୋଷ
ତୁମରି ସନ୍ତାନ ଅଟନ୍ତି ସରବେ
କିପାଇଁ କରୁଛ ରୋଷ।
ମୁହି ଯେବେ ପାପି ଆହେ ବିଶ୍ବରୁପି
କାଟିଦିଅ ମୋର ଶିର
ତୁମ ହାତେମଲେ ଦୁଃଖ କରିବିନି
କାଳିଆ ଠାକୁର ମୋର।
ମୁହିଁ ଦୀନହିନ ଅଧମ ଅଜ୍ଞାନ
ମାଗୁଣି ତବ ପୟର
ସର୍ବଜନ ସୁଖି କର ଚକାଆଖି
ହସିଉଠୁ ଏ ସଂସାର।
ଶଙ୍ଖମୂଳ, ରଣପୁର
ଜିଲ୍ଲା- ନୟାଗଡ




0 Comments