ଆସିଲା ଟିକା - କଳ୍ପନା ରାୟ


            ‌   

ଚାତକ ଭଳିଆ ଚାହିଁ ଥିଲୁ ଆମେ

ଆସିଲା କରୋନା ଟିକା

ଚାତକ ପକ୍ଷୀର ବି ଧୈର୍ଯ୍ୟ ନ ଥିବ

ଦଶ ମାସେ ହେଲା ପକ୍କା

ସତେ କି ହୋଇବ ସଖା

କୋଟିକୋଟି ଲୋକ ପ୍ରାଣରକ୍ଷା ହେବ

ଆଊ ନ ରହିବ ଶଙ୍କା ।


ତଥାପି ମନରେ ଭୟ ମାଡ଼ି ବସେ

ହେବନି ତ କିଛି କ୍ଷତି

ଏଥିପାଇଁ ଯଦି କିଛି କ୍ଷତି ହୁଏ

କିଏ ହେବ କହ ଦୋଷୀ

ଇଏତ ଆମ ସ୍ବଦେଶୀ

କ୍ଷତି କିଛିହେଲେ ଦୋଷ ଲଦି ଦେବେ

ବୈଜ୍ଞାନିକ ନେବ ଫାଶୀ ।


ଆଶା ଭରସାର ଜ୍ୟୋତି ଇୟେ ପରା

ଏହାର ବିକଳ୍ପ ନାହିଁ

ପ୍ରଥମଦଫା ନେବେ କୋଭିଡ୍ ଯୋଦ୍ଧା

ଆଉ ପୁଣି ସ୍ବାସ୍ଥ୍ୟକର୍ମୀ

ଡ୍ରାଏ ରନ୍ ଥର ଦୁଇ

କୋଭିକ୍ସିଡ୍ ଭେକ୍ସିନ ଆଗ ଆସିଲା

ମଙ୍ଗଳେ ମଙ୍ଗଳ ନେଇ ।


ଥର ଥର କରି ତିନି ଥର ତାର

ପରୀକ୍ଷା ସାରିଛି ଦେଇ

ସେମିତି କିଛି ପାର୍ଶ୍ଵ ପ୍ରତିକ୍ରିୟା ତ

ଜଣା ତାର ପଡୁନାହିଁ

ବିରୋଧୀ ରହିଛି ଚାହିଁ

ଯଦି ଜଣେ ଅଧେଙ୍କ ତ କ୍ଷତି ହେବ

ରାଜନୀତି ହେବ ତହିଁ ।


ଭଲରେ ଭଲରେ ଯଦି ହୋଇଯିବ

ବାହାବା ନବାକୁ ଧାଇଁ

ଟିକେ ଦୋଷ ହେଲେ ରାଜନୀତି ହେଵ

ପିଠି ଦେବେ ଥାପୁଡାଇ

ସବୁ ଏବେ ଆଶାବାଦୀ

ଆଗ ଟିକା ପାଇଁ ଖୋଜ ଗଳା ବାଟ

ଟେବୁଲ୍ ତଳକୁ ଦେଇ  ।


ଜୟ ଜଗନ୍ନାଥ ଜୟ ଜଗନ୍ନାଥ

କହ ଭାଇ ସମ ସ୍ଵରେ

ସେ ଯଦି ରଖିବ ସବୁ ଠିକ ହେବ

ଗଳାଵାଟ ଵୁଜିବରେ

ସବୁ ନେବା ଆମେ ଧୀରେ

ଏତେ ଚାହିଁଲୁଣି ଆଉ ଅଳ୍ପଦିନ

ନିଶ୍ଚେ ପାଳି ଆସିବରେ  ।।


କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,

ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,

ଲଇଡା, ସମ୍ବଲପୁର

Post a Comment

0 Comments