ମାଟି ତ ମାଟି
ଇରମ ମାଟି,
ବକ୍ଷେ ଯାହାର
ରକ୍ତ-ଝୋଟି
ଆଙ୍କି ଦେଇଛି
ଏ ମାଟି ପୁଅ,
କୁହରେ କୁହ,
ବୀର ଗଉରବେ
ମହୀୟାନ୍ କିବା
ଏ ମାଟି ନୁହଁ?
ଧମନୀରେ ତାର
କର୍ଣ୍ଣ ଡେରି
ଶୁଣରେ ଶୁଣ,
ଝଂକୃତ ହୁଏ
ବୀର-ବାଣୀ ତାର-
ବଜ୍ରୁଁ ଟାଣ
ଶତ୍ରୁ-ନାଠି
ଶଙ୍କିତ-ପ୍ରାଣେ
ପଡ଼େରେ ଫାଟି।
ଏଇଠି ଗୀତାର
ମହିମ୍ନ-ଛନ୍ଦ
ଉର୍ଦ୍ଧେ ଉଠି,
ମହାଭାରତର
ମହାଗାଥାକୁ ଯେ
ଦେଉଛି ରଟି।
ଏଇସେ ମାଟି
ହକ୍ ଲାଗି ତାର
ସନ୍ତାନ ରକ୍ତ
ଦେଇଛି ଭେଟି।
ସେଇଥି ପାଇଁତ
ପୂଣ୍ୟ-ତୀର୍ଥ
ରକ୍ତ-ତୀର୍ଥ
ଆଜି ଏ ମାଟି,
ମାଟି ତ ମାଟି
ଇରମ ମାଟି ।।
କୁମାରପୁର, ଅନନ୍ତପୁର
ବାସୁଦେବପୁର, ଭଦ୍ରକ




0 Comments