ଦୟାକର ଦୀନବନ୍ଧୁ
ସୁଖେ ଯାଉ ଆଜ ଦିନ
ମୁକ୍ତିମନ୍ତ ଦୟାମୟ
ମୁକ୍ତ କର ମୋର ମନ ।
ଦୁଃଖିଜନ ଦୀନନାଥ
ଦୁଃଖ ମୋ କର ନିପାତ
ଆନ ସୁଖ ପାଇଁ ସଦା
କାର୍ଯ୍ୟ କରୁ ମୋର ହାତ ।
ଶୁଦ୍ଧ ଚିତ୍ତ ଦୟମୟ
ଶୁଦ୍ଧ କର ମୋର ଚିତ୍ତ
ସକଳ ସଂସାର ଆଜ
ହେଉ ପ୍ରଭୁ ମୋର ମୀତ ।
ସେବକ ମୁଁ ଏ ସଂସାରେ
ଆନ ପାଇଁ ସେବାକରେ
ନିଜ ପର ଭେଦଭାବ
ନ ଆସୁ ମୋର ମନରେ ।
ଏତିକି ମାଗୁଣି ପ୍ରଭୁ
ସ୍ୱାର୍ଥ ଭାବ ଦୂର ହେଉ
ମାୟାମୋହ ତ୍ୟାଗ କରି
ମନ ତୁମ ଠାରେ ରହୁ ।।




0 Comments