ବଦନାମ ଗଳିର ନାୟିକା - ରୁଦ୍ର ନାରାୟଣ ଦାଶ



-ରୁମ ନମ୍ବର ୩୩୬।

- ଧନ୍ଯବାଦ।

- କ'ଣ ଆପଣ ନୂଆ?

- ହଁ।

                 ସମୟ ପ୍ରାୟ ରାତି ୮ଟା। ଅଶୋକ ଯାଉଥିଲା ରୁମ ନମ୍ବର ୩୩୬ ଆଡ଼କୁ। କିଛି ବୁଝିହେଉନଥିଲା। ଚ଼ାଲିଚ଼ଳଣ, ଢ଼ଙ୍ଗରଙ୍ଗରୁ ତ ସେପରି ସେ ଜଣାପଡ଼ୁନଥିଲେ। ଲିଫ୍ଟରେ ଉପର ମହଲାକୁ ଯାଇ ୩୩୬ ନମ୍ବର ରୁମର କବାଟ ଠକ୍ ଠକ୍ କଲେ ଅଶୋକ। ଭିତରପଟୁ ଉତ୍ତର ଆସିଲା,

- ରୁହନ୍ତୁ ଟିକେ। ଅପେକ୍ଷା କରନ୍ତୁ ସାର।

ସ୍ବରରୁ ଯାହା ଜଣାପଡ଼ୁଥିଲା ସେ ଯୁବତୀ ଓ ତାଙ୍କ ବୟସ ପାଖାପାଖି ତିରିଶ-ପଇଁତିରିଶ ଭିତରେ। କବାଟ ଖୋଲିଲେ ସେ। ଶ୍ଯାମଳବର୍ଣ୍ଣୀ, ଭଲ ସ୍ବାସ୍ଥ୍ଯ ନଥିବା ସେହି ଯୁବତୀଙ୍କ ଚ଼େହେରାରୁ ଦେଖି ଜଣାପଡ଼ୁଥିଲା ସେ ଯେ ୪୦-୪୫ ବର୍ଷ। ମୁହଁରେ ତାଙ୍କର କଳା କଳା ଦାଗ ଗୁଡ଼ାଏ କିଛି କହୁଥିଲେ ଅଶୋକଙ୍କୁ ଆଉ ପରସ୍ପର ମଧ୍ଯରେ କଥାବାର୍ତ୍ତା ଚ଼ଲାଇଥିଲେ। ଆଖି ତଳ ସମ୍ପୂର୍ଣ୍ଣ କଳା ପଡ଼ି କପାଳରେ ଭାଙ୍ଗ ଆସିଯାଇଥିଲା। ଏକାଧାରାରେ କହିବାକୁ ଗଲେ ବୟସ ଅତିକ୍ରାନ୍ତ ନହେବା ପୂର୍ବରୁ ବାର୍ଦ୍ଧକ୍ଯ ଯେ ତାଙ୍କୁ ସ୍ପର୍ଶ କରିସାରିଥିଲା କହିବା ଆମର ଉଚ଼ିତ ହେବ।

                      ରୁମ ର ଅପର ପାର୍ଶ୍ବକୁ ମୁହଁ କରି ଯୁବତୀ ଜଣକ କହିବା ଆରମ୍ଭ କଲେ,

- କ'ଣ କୁହନ୍ତୁ! କ'ଣ ନେବେ?

- ତୁମ ଆଖିରେ ଆଖି ମିଶାଇବାକୁ ଚ଼ାହେଁ।

- ମୋ ଆଖି ରେ ଆଖି ମିଶାଇଲେ କି ଲାଭ ହେବ ବାବୁ;ମୁଁ ତ ବଣମଲ୍ଲୀଟାଏ, କାଲି ସକାଳେ ଝଡ଼ିଯିବି।

    କହୁକହୁ ମୁଣ୍ଡ ଟେକି ଚାହିଁଦେଲେ ସେ ଅଶୋକ ବାବୁଙ୍କୁ।

- ତୁ! ତୁ ଏଠି କ'ଣ କରୁଛୁ??

- ମୁଁ ଯଦି ତତେ ସମାନ ପ୍ରଶ୍ନ କରେ ଦିଦି ତେବେ ତୁ କି' ଉତ୍ତର ଦେବୁ?

ସତରେ କି' ବିଡ଼ମ୍ବନା ସତେ!

                   ଅଶୋକ ବାବୁଙ୍କ ପାଟିରୁ ବାହାରିଚ଼ାଲିଲା ଶବ୍ଦ ଆଉ ରୋମନ୍ଥନ କରୁଥିଲେ ତାକୁ ବାରମ୍ବାର ଇତିହାସ ଘୋଷିବା ପରି। "ତୁ ମୋତେ ପଢ଼ାଇବା ପାଇଁ ଏତେ ଦୂର...। ଜାଣିଛୁ ଦିଦି, ଗାଆଁଠାରୁ ଏ ସହର ପାଖାପାଖି ୪୫୦କି.ମି. ଦୂର। ବଡ଼ ମଣିଷ କରିବା ପାଇଁ ଏମିତି ଜୀବନ ଜୀଇଁଲୁ ତୁ...। ଭଗବାନ"! କହି କହି କାନ୍ଦିପକାଇଲେ ସେ। ଅଶ୍ରୁ ଗୁଡ଼ିକ ଦୁଃଖ ର ବାଦ୍ଯ ତାଳ, ଆଖିକୁ ଦେଖାଯାଉଥିବା ପରିବେଶ ତତସହିତ ସ୍ବରପେଟିକା ରୁ ବାହାରୁଥିବା ଶବ୍ଦର ସଙ୍ଗୀତରେ ଝୁମି ବହୁଥିବା ନଦୀ ପରି ଗାଲ ଉପରେ ନାଚ଼ି ନାଚ଼ି ପୁନଶ୍ଚ ଅଶୋକ ବାବୁଙ୍କ ଶୁଷ୍କ ଓଠକୁ ଆର୍ଦ୍ର କରି ପିଇବାକୁ ବାଧ୍ଯ କରୁଥିଲେ। ଆଉ କହୁଥିଲେ "ପାଠ ନପଢ଼ିଥିଲେ କ'ଣ ହେଇନଥାନ୍ତା"!

- ତୁ, ଏ ଠିକଣା ପାଇଲୁ କେମିତି? ଗମ୍ଭୀର ସ୍ବରରେ ପଚ଼ାରୁଥିଲେ ଅଶୋକର ଦିଦି।

-ଠିକଣା ମାଗି ମାଗି ତୁ ମନିଅର୍ଡର ଅବା ଚ଼ିଠିରେ ଦେଲୁନି ଦିଦି। ସେଦିନ ପାଖ ସହରକୁ କୌଣସି କାମରେ ଆସିଥିଲି, ଦେଖିଲି ପୋଷ୍ଟର ଆଉ ସେଥିରେ ତୋ ନାଁ, ଫଟୋ, ଆଡ୍ରେସ। ଫଟୋରୁ ଚ଼ିହ୍ନିହେଉନଥିଲା ତତେ। କହୁ କହୁ ଗୋଡ଼ତଳେ ପଡ଼ିଯାଇ କ୍ଷମା ମାଗୁଥିଲେ, କହୁଥିଲେ, 'ମୋ ପାଇଁ ତୁ ଏ ସମାଜ ଆଗରେ ନଗ୍ନତାର ପ୍ରତିମୂର୍ତ୍ତି ସାଜିଲୁ।

                       ବାସ୍ କର ଅଶୋକ। ବାସ! ଶେଷରେ ତୁ ବି ଥିଲୁ। କିନ୍ତୁ ତୁ ଏଠିକି ଆସିଲୁ କାହିଁକି। ତୁ କ'ଣ ଜାଣିନୁ ଏ ଝିଅ ଏ ଅଞ୍ଚଳର ଦାମୀ ହଟ ଗର୍ଲ। 

ଏମିତି କ'ଣ କହୁଛୁ ତୁ..।

 ଆଖିରୁ ଶୁଖୁନଥିଲା ସେ ଲୁହ ସେ ଯୁବତୀର ତଥାପି ସେ କହୁଥିଲା ନିଜକୁ ଏପରି ଆଖ୍ଯା ଦେଇ କହୁଥିଲା ଏ ବଦନାମ ଗଳିକୁ ଆସିଲୁ କାହିଁକି। ଅଶୋକ ହଠାତ କହିଉଠିଲେ ଯାହାର ନିଜ ଭଉଣୀ ସହ ଦୀର୍ଘ ସତର ବର୍ଷ ହେବ ଦେଖା ନହେଇଛି ସେ କେମିତି ତା' ଠିକଣା ଜାଣି ନଦେଖାକରି ରହିପାରିଥା'ନ୍ତା!  କୁଣ୍ଢାଇ ପକାଇଲେ ଅତି ସ୍ନେହରେ ଅଶୋକ ତା ଦିଦିକୁ। 

                         ରୁମ ଝରକାର ସେ ଦିଗନ୍ତରୁ ସିନ୍ଦୂରବର୍ଣ୍ଣ ଧାରଣ ପୂର୍ବକ ଉଦୟ ହେଉଥିଲେ; ନୂତନ ସକାଳକୁ ଆମନ୍ତ୍ରିତ କରୁଥିଲେ ଭାଇଭଉଣୀ। ପ୍ରତ୍ଯାଖାନ କରୁଥିଲେ ଅଶୋକଙ୍କ ଭଉଣୀ, କହୁଥିଲେ,"ଏ ଯେ ବଦନାମ ଗଳି ଆଉ ମୁଁ ଯେ ତା'ର ନାୟିକା। ମୁଁ ଅବା ଏ ସାମ୍ରାଜ୍ଯକୁ କିପରି ତ୍ଯାଗକରିପାରିବି?" 

                          ସମାଜକୁ ନଡ଼ରି ସାହସ ର ସହ ଚ଼ାଲ ଦିଦି। ଦେଖିବୁ ସଂସାର ସୁନାମ ର କଳସ କେତେବେଳେ ଯେ ଢ଼ାଳିଦେବ ଜାଣିପାରିବୁନି। ଛାଡ଼ିଆସିଲେ ସେ ବଦନାମ ଗଳି ଆଉ ଅତୀତକୁ ସେହି ରୁମ ନମ୍ବର ୩୩୬ରେ। ଏକ ସୁନାମ ଗଳିର ଅଭିମୁଖେ ଅଗ୍ରସର ହେଉଥିଲେ ଦୁଇ ଭାଇ ଭଉଣୀ ଦୀର୍ଘ ସତର ବର୍ଷ ପରେ ଏକସଙ୍ଗରେ.........॥


                                      

                                      ଠିକଣା- ଭୁବନେଶ୍ବର

                                     ମୋ- ୯୮୬୧୭୦୧୭୧୪

                      

Post a Comment

0 Comments