ଏ ଜହ୍ନପାଇଁ - ରୁଦ୍ରନାରାୟଣ ଦାଶ

 


ଏ ମନ ଆଜି ଶାନ୍ତ

ଦୂର ଆକାଶକୁ ଦେଖି,

ଓଠ ଆଜି ନିରବ

ଉଇଁଥିବା ଅଧାଳିଆ ଜହ୍ନକୁ ଦେଖି।।

ଏ ଦେହ ଆଜି ସ୍ଥାଣୁ

ତାକୁ ଦେଖୁ ଦେଖୁ କେତେବେଳୁ,

ଗଡୁଥିବା ସମୟ ସହ ପରଖୁ ପରଖୁ

ଢ଼ାଳି ଶରୀରରେ ସେ ଶୁଭ୍ର ଶିଶିର ରେଣୁକୁ।।

ଏ ଆଖି ଆଜି ପୂର୍ଣ୍ଣ

ସାଇତା ଚିଠିକୁ ଗାଲ ଉପରେ ବୁହାଇ,

ତା’ ସହ ମନେ ମନେ କଥା ହେଉ ହେଉ

ଏଇ ବିଗତ ରାତିକୁ ସ୍ମରଣ କରୁ କରୁ।।

ଏ ଜହ୍ନଟା ଫୁଲେଇଟା

ମୁହଁକୁ ଘୋଡ଼ାଇ କଳା ଓଢ଼ଣୀରେ,

କହେ କିଛି ମାତ୍ର ଶୁଭେନି ଏ କାନକୁ

ମାତ୍ର ପାହିଯାଏ ଏ ଅବଶ ରାତିଟା।।

ଖାସ୍ ଏ ଜହ୍ନ ପାଇଁ

ଆଜି ଅନିଦ୍ରା ଏ ନିର୍ଜନ ବେଳାଭୂମିରେ......।।


                  ଠିକଣା- ଭୁବନେଶ୍ବର

              ମୋ- ୯୮୬୧୭୦୧୭୧୪

Post a Comment

0 Comments