ହେ ମୃତ୍ୟୁ - ତପନ କୁମାର ସାହୁ


ଅପାରଗ ଯେବେ ମଣିଷ ହୁଅଇ

ପାଏ ଖାଲି ଅପମାନ

କିଏ ବୁଝେ ନାହିଁ ତାହାରି ହୃଦୟ

ମିଛେ ଦେଖେ ଖାଲି ସ୍ୱପ୍ନ ll

ଭାଗ୍ୟର ଲେଖାଏ ହେଇଥାଏ ସତ

ଦୁନିଆ ଦିଅଇ ଧୋକା

କର୍ମ କରିଯାଏ ଅସଫଳ ହୋଇ

ଅବେଳରେ କିଏ ସଖା ll

ସଫଳତା ଯଦି ଛୁଇନାହିଁ ଯିଏ

ଦୁନିଆରେ ଖାଏ ଦଗା

ଉଦାର ପଣିଆ ଜୀବନ କନ୍ଦାଏ

ଭାଙ୍ଗେସେ ମୃତ୍ୟୁ ପଘା ll

ମୃତ୍ୟୁ ବିନା ସାଥି ଦୁନିଆରେ ନାହିଁ

ସେଇ ଏକା ଚିରନ୍ତନ

ତାହାରି କୋଳରେ ନୀରବେ ଶୋଇଲେ

ଶାନ୍ତ ହୁଏ ପରା ମନ ll

ଆସ ଆସ ମୃତ୍ୟୁ ଆଲିଙ୍ଗନ କର

ତୁମରି ଅପେକ୍ଷା ଏବେ

ଭୁଲିମୁଁ ଯାଇଛି ଜୀବନ ବଂଚିବା

ଜିଇଁଥିଲି ଅବା କେବେ ll


ତପନ କୁମାର ସାହୁ

ଅ -ପତ୍ରିକା

କଲାହାଣ୍ଡି

ମୋ -7328001575

ଇମେଲ -apatrika0@gmail.com

Post a Comment

0 Comments